ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହିନ୍ଦୋଳ ପଡ଼ାଗ୍ରାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ହିନ୍ଦୋଳ (ମ ନି ସ)୧୮/୦୫_ଗତକାଲି ହିନ୍ଦୋଳ ପଡା ଗ୍ରାମରେ ବାର୍ଷିକ ଉତ୍ସବ ଆନୁଷ୍ଠାନିକ ଭାବେ ପାଳିତ ହୋଇଥିଲା. ଗ୍ରାମର ବରିଷ୍ଠ ନାଗରିକ ତଥା କଳାକାର ମାନଙ୍କୁ ନେଇ ସ୍ୱର୍ଗତଃ ନିରୋଦ ପ୍ରଧାନ ଙ୍କ ରଚିତ କଳାକାର ପ୍ରଫୁଲ୍ଲ ସାହୁଙ୍କ ନିର୍ଦ୍ଦେଶନା ରେ ଗୀତିନାଟ୍ୟ ଇନ୍ଦୁମତୀ ହରଣ ମଞ୍ଚସ୍ଥ ହୋଇଥିଲା। ପରେ ପ୍ରଫୁଲ୍ଲ ସାହୁଙ୍କ ଅଧ୍ୟକ୍ଷତାରେ ପବିତ୍ର ସାହୁଙ୍କ ସଂଯୋଜନାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ବର୍ଷିଆନ୍ ସମାଜସେବୀ ହାଡିବନ୍ଧୁ ବେହେରା ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ରତିକାନ୍ତ ଗଡନାୟକ ଉପସ୍ଥିତ ରହି ଅଂଶଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କ ନିଖୁଣ ଅଭିନୟ ପାଇଁ କୃତଜ୍ଞତା ଜଣାଇଥିଲେ। ଦିର୍ଘ 20 ବର୍ଷ ପରେ ଗ୍ରାମର ପୂରାତନ କଳାକାର ମାନେ ମିଶି ଏକ ସଫଳ ଗୀତିନାଟ୍ୟ ପ୍ରଦର୍ଶନ କରି ଗ୍ରାମବାସୀଙ୍କ ସମେତ ସମସ୍ତ ଦର୍ଶକ ମାନଙ୍କ ଦ୍ଵାରା ପ୍ରଶଂସିତ ହୋଇଛନ୍ତି। ସ୍ଵେଚ୍ଛାସେବୀ ତଥା କଳାକାର ସତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

masiha

ନବରଙ୍ଗପୁର ଠାରେ ଉଦ୍ୟମୀ ଓଡ଼ିଶା ଏମ ଏସ ଏମ ଇ କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!