ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିସ ଓ କିଟ ପକ୍ଷରୁ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋକସରା,୧୮/୫- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କାଦୋପଦର ଗ୍ରାମରେ ଆଜି କିଟ ଓ କିସ ବିଶ୍ୱ ବିଦ୍ୟାଳୟ ଭୁବନେଶ୍ୱର ଆନୁକୂଲ୍ୟରେ ୧୦ ତମ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କିଟ ଓ କିସର ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ୨୦୧୩ ମସିହାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ଏହି କାର୍ଯ୍ୟକ୍ରମ ଅବସରରେ ଅଧ୍ୟାପକ ଭୁବନେଶ୍ୱର ଦିଶାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର, ମୁଖ୍ୟବକ୍ତା ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ସମ୍ମାନିତ ଅତିଥି ଭାବେ ବଂଜାରା ସମାଜ ସେବା ସଂଘ ଜିଲ୍ଲା ସଭାପତି ଯଶୋବନ୍ତ ନାଏକ, ବଂଜାରା ସେବା ସଂଘ ସମ୍ପାଦକ ବୁଦ୍ଧିରାମ ନାଏକ, କଳାହାଣ୍ଡି ଅଭିଭାବକ ସଙ୍ଘର ସମ୍ପାଦକ ସନ୍ଥ କୁମାର ନାଏକ, କୋକସରା ବ୍ଲକ ଆଦିବାସୀ ସଂଘର ସମ୍ପାଦକ ତ୍ରିନାଥ ଶବର, ପିତାମ୍ବର ନାଏକ, ଅମର ମାଝୀ, ଧର୍ମରାଜ ମାଝୀ, କିସ ବିଦ୍ୟାଳୟର କର୍ମଚାରୀ ଅର୍ଜୁନ ରାଉତ ଉପସ୍ଥିତ ରହି ଆର୍ଟ ଅଫ ଗିଭିଂର ମୂଳ ଉଦେଶ୍ୟ ବିଷୟରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ଜଗଦୀଶ ଶବର ସହଯୋଗ କରିଥିବା ବେଳେ ଧନ୍ୟବାଦ ଅର୍ପଣ ଭୁଜବଲ ନାଏକ କରିଥିଲେ। କାର୍ଯ୍ୟକ୍ରମରେ ଆଶା ଓ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

निरंतर समाज सेवा में सामाजिक संगठन: “स्वप्न फाउंडेशन”

masiha

ରାଇରଙ୍ଗପୁରରେ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଜୟନ୍ତୀ      

masiha

ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡାରେ ଅନୁଷ୍ଠିତ

masiha

Leave a Comment

error: Content is protected !!