ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କୁଚେଇଯୋର ଠାରେ ମାଓ ପୋଷ୍ଟର ଲଗାଇ ଉପସ୍ଥିତ ଜାହିର କଲେ ମାଓବାଦୀ

ବିଶ୍ୱନାଥପୁର (19/05/23) ନିକଟ ଅତୀତରେ କଳାହାଣ୍ଡି ଜିଲ୍ଲା ମ ରାମପୁର ବ୍ଲକ ଅନ୍ତର୍ଗତ ଟାପରାଙ୍ଗ ଠାରେ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟରେ ତିନି ମାଓ ନିହତ ହୋଇ ଜଣେ ଡିଏସପି ଅତୁଲ ଦାସ ଗୋଡ଼ ଗୁଳି ମାଡ଼ରେ ଆହତ ହେବାପରେ ସାରା ଜିଲ୍ଲାରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହାର କିଛି ଦିନ ବ୍ୟବଧାନ ୧୫ତାରିଖ ଦିନ ମାଓବାଦୀଙ୍କ ଦ୍ବାରା  ବନ୍ଦ ଡାକରା ଦିଆଯାଇଥିଲା। ସେହିଦିନ ଠାରୁ ବିଭିନ୍ନ ଅଞ୍ଚଳରେ ମାଓବାଦୀ ମାନେ ପୋଷ୍ଟର ମାରି ତାଙ୍କର ଉପସ୍ଥିତ ଜାହିର କରିବାରେ ଲାଗିଛନ୍ତି। ଆଜି ପୁଣି ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫାଣ୍ଡି ଅଧିନସ୍ଥ ଡେଙ୍ଗେନ ଛକ ବା କୁଚେଇଯୋର ଠାରେ ମାଓ ପୋଷ୍ଟର।ଏଥିରେ ଲାଲୁ ନିଆଲ ପାଷ୍ଟିକୁଡି ଭବାନୀପାଟଣାା ବଡ଼ପଡାର ବିନ୍ଦୁ ନାଏକ, ଜୟପାଟଣା ବ୍ଲକ ପାଣି ଗାଁର ଭଦ୍ରାଞ୍ଚଲ ନାଏକ ଙ୍କ ନା ବିଭିନ୍ନ ଅଭିଯୋଗ ନେଇ ଡିଭିଜନାଲ କମିଟି ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି।ଏହି ତିନି ଜଣ ସରକାରୀ ଶିକ୍ଷକ ମାନଙ୍କୁ ବିଭିନ୍ନ ଆଳରେ ହଇରଆଣ କରି ଟଙ୍କା ମାଗିବା,ନୀରିହ ସରକାରୀ କର୍ମଚାରୀଙ୍କୁ ହଇରାଣ କରୁଥିବା, ମାଓବାଦୀ ବିରୋଧୀ ବନ୍ଦ କରିବା,ଠକ୍ ମିଡ଼ିଆ କାମ ବନ୍ଦ କରିବା, ପୋଷ୍ଟର ଉଲ୍ଲେଖ କରିଥିବା ବେଳେ ପାଷ୍ଟିକୁଡି ର ଲାଲୁ ନିଆଲ ନିରୀହ ଯୁବତୀ ମାନଙ୍କୁ ଚାକିରି କରାଇଦେବା ନାଁରେ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲିଙ୍ଗ କରି ଟଙ୍କା ମାଗିବା, ଆଦିବାସୀ ମାନଙ୍କ ଠାରୁ ଆଣିି ଥିବା ଟଙ୍କା ଏକ ସପ୍ତାହ ମଧ୍ୟରେ ଟଙ୍କା ଫେରାଇବାକୁ ଆହ୍ବାନ ଦେବା ସହିତ ଏହି କାର୍ଯ୍ୟ ଦୁର ରେ ନରହିଲେ ଆଗାମୀ ଦିନରେ ପ୍ରଜାକୋଟକୁ ଡକାଯିବ ଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ମାାନଙ୍କୁ ପୋଲିସ ଦ୍ୱାରା ତଦନ୍ତ କରି ଦଣ୍ଡ ଦେବା ପାଇଁ ମଧ୍ୟ ଦାବି କରାଯାଇଛି।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ସୀମା ରେ ନକ୍ସଲ ପୋଲିସ ଗୁଳିବିନିମୟ

Sunil Chandra Nayak

GST ତାରିଖ ଅବଦ୍ଧି ଶେଷ,ସିମେଣ୍ଟ ଗାଡିକୁ ଧରିଲା GST ବିଭାଗ ଅଧିକାରୀ

Sunil Chandra Nayak

ସେକ୍ଟର ୫ ଅଞ୍ଚଳରୁ ଚୋରି 

Sunil Chandra Nayak

Leave a Comment

error: Content is protected !!