ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କେ. ପାଣ୍ଡିଆନ୍

ରୁପ୍ରା, ୧୯/୫ (ମନିସ ) : ଆଜି ପୂର୍ବାହ୍ନରେ ଦିନିକିଆ ନର୍ଲା ଗସ୍ତରେ ୫ ଟି ସଚୀବ ବି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆସି ନର୍ଲା ହାଇସ୍କୁଲ ପଡିଆରେ ଉପସ୍ଥିତ ଥିବା ହଜାର୍ ହଜାର୍ ସାଧାରଣ ଜନତାଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରାରମ୍ଭରେ ଜୟ ମା’ ମାଣିକେଶ୍ୱରୀ, ଜୟ ଜଗନ୍ନାଥ କହି ସମସ୍ତଙ୍କୁ ଜୁହାର୍ ବୋଲି ସମ୍ବୋଧନ କରିଥିଲେ। ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ କଳାହାଣ୍ଡି ଆସିବାର ଶୌଭାଗ୍ୟ ପାଇପାରିଛି ,ଏଥିପାଇଁ କଳାହାଣ୍ଡି ପାଖରେ ରୁଣି ବୋଲି ମତବ୍ୟକ୍ତ କରି କହିବା ସହିତ ଆପଣ ମାନଙ୍କ ସୁଖଦୁଃଖ ତଥା ଅନ୍ୟାନ୍ୟ ସମସ୍ୟା ବୁଝିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଆପଣ ମାନଙ୍କ ପାଖକୁ ପଠାଇଥିବା କହିଥିଲେ। ଏହି ଅବସରରେ ବ୍ଲକ୍ ଅଧିନ ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ। ଏହା ପୂର୍ବରୁ ନର୍ଲା ବିଡିଓ ବାସନ୍ତୀ ସେଠୀ ଗ୍ରହଣ କରିଥିବା ବିଭିନ୍ନ ଦରଖାସ୍ତକୁ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି ୫ ଟି ସଚୀବଙ୍କୁ ପ୍ରଦାନ କରିଥିଲେ। ୫ ଟି ସଚୀବ ଶ୍ରୀ ପାଣ୍ଡିଆନ୍ ଦରଖାସ୍ତ ଗୁଡିକ ଗ୍ରହଣ କରି ଆପଣ ମାନେ ଦେଇଥିବା ଦରଖାସ୍ତ ବାବଦରେ ୧୦ ଦିନ ମଧ୍ୟରେ ଖୁସି ଖବର ଶୁଣିବେ ବୋଲି ପ୍ରକାଶ କରିଥିଲେ। ସେହିପରି ଆଜି ସାବିତ୍ରୀ ଅମାବାସ୍ୟା ଓ ପ୍ରବଳ ଗରମ ସତ୍ୱେ ଆପଣ ମାନେ ହଜାର୍ ହଜାର୍ ସଂଖ୍ୟାରେ ଉପସ୍ଥିତ ଥିବାରୁ ପୁଣି ଥରେ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ମଞ୍ଚ ତଳକୁ ଆସି ସମସ୍ତଙ୍କ ସହିତ କରମର୍ଦନ କରିଥିଲେ, ଏହି ସମୟରେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ସମସ୍ତେ ସେଲଫି ଫଟୋ ଉଠାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ଗସ୍ତ ସମୟରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧୀକ୍ଷକ କଳାହାଣ୍ଡି, ସଚିବ ଭିନିଲ୍ କ୍ରୀଷ୍ଣା, ନର୍ଲା ବିଡିଓ ବାସନ୍ତୀ ସେଠୀ, ଅଧ୍ୟକ୍ଷା ମନୋରମା ମହାନ୍ତି, ତହସିଲଦାର ଶଙ୍କର ବାଗ, ଆଇଆଇସି ଗଙ୍ଗାଧର ମେହେର, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ନମ୍ରତା ସାହୁ, ହରିଶଙ୍କର ମାଝୀ ଓ ଲିଲି ଦୀପ୍, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ବ୍ଲକ୍ ଅଧିନ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ବାଣପୁର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ

Sunil Chandra Nayak

Silver Jubilee Celebration or 42 Mouza Bikash Parisad.

Sunil Chandra Nayak

ଜିଲ୍ଲା ପ୍ରଶାସନଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ଆଇନ ସମ୍ପର୍କିତ ସମନ୍ୱୟ ସଭା

Sunil Chandra Nayak

Leave a Comment

error: Content is protected !!