ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛକୁ ଧକ୍କା ଦେଇ ବାଇକ ଆରୋହୀ ମୃତ

ମୟୂରଭଞ୍ଜ – ୨୧/୫ (ମସିହା)ଜାତୀୟ ରାଜପଥ ଵାଙ୍ଗିରିପୋଷୀ – ବାରିପଦା ରାସ୍ତା ସିମଳା ଛକ ଅନତି ଦୂରରେ ରାସ୍ତା ପାର୍ଶ୍ବ ଏକ ବିଶାଳ ଗଛରେ ବାଇକ ଧକ୍କା ଦେବା ଫଳରେ ବାଇକ ଆରୋହୀ ରାସ୍ତାରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବାଇକ ର ଆଗଚକ ଫାଟି ଯିବା ସହ ହେଲମେଟ ଭାଙ୍ଗି ଯାଇଥିଲା ।ଘଟଣାଟି ଶନିବାର ଦିନ ଅପରାହ୍ନରେ ଘଟିଥିଲା । ବାଇକ ଚାଳକଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଥିଲେ । ସୁଚନା ଯୋଗ୍ୟ ବାଙ୍ଗିରିପୋଷି ବ୍ଳକ ଶାମସୁନ୍ଦର ପଞ୍ଚାୟତ ଅଁଳାଗୁଞ୍ଜା ଗ୍ରାମର ବିଭୂତି ବେହେରା(୫୦) ତାଙ୍କ ସହଯୋଗୀ ହିମାଂଶୁ ଗିରି(୪୨) ଲଙ୍ଗଳ କିଣିବାକୁ ଯାଇ ଫେରୁଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ।ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ବାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

ବାଲିଗୁଡାରେ ଡିସିବି ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ସାଇବର ଠକେଇର ଅତ୍ୟଧିକ ତଦନ୍ତ ଜାରି ରଖିବା ଓ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ହିଞ୍ଜିଳି ଥାନା ଅଧିକାରୀ ସମ୍ମାନିତ 

Sunil Chandra Nayak

Leave a Comment

error: Content is protected !!