ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ 

କନ୍ଧମାଳ:21/05/23(ମନିସ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ଲଗାତାର ବିଭିନ୍ନ ଦୋକାନ ସ୍ମାର୍ଟ ସ୍କୁଲ ଓ ବିଭିନ୍ନ ସ୍ଥାନରୁ ଚୋରି ହେଉଥିବା ବେଳେ ପୁଲିସ ଏହି ଘଟଣାର ପର୍ଦାଫାଶ କରିବା ସହ ଚୋରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ୭ ଜଣ ନାବାଳକ ଙ୍କୁ ଅଟକ ରଖି ବାଳ ସୁଧାର ଗୃହକୁ ପଠାଇଥିବା ସୂଚନା ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ସିପିଉ, କିବୋର୍ଡ଼, ହେଡ଼ ଫୋନ ଥିବା ଜଣାପଡିଛି। ଅନ୍ୟ ପଟେ ଚୋରୀରେ ବ୍ୟବହୃତ ଜିନିଷ ସହ କିଛି ମରଣାସ୍ତ୍ର ଜବତ ହୋଇଥିବା ବେଳେ ଏହି ସମସ୍ତ ଚୋରୀରେ ସମ୍ପୃକ୍ତ ୭ ଜଣ ନାବାଳକ ଫିରିଙ୍ଗିଆ ବ୍ଲକ ଆଖ ପାଖ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

Sunil Chandra Nayak

ବିବାହିତା ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ, ହତ୍ୟା ଅଭିଯୋଗ ଆଣିଲେ ବାପ ଘର ଲୋକେ

masiha

କେନ୍ଦ୍ର ସରକାର ର ନାମ ନେଇ ଦୋକାନୀମାନଙ୍କ ଠାରୁ ବେନିୟମ ଟଙ୍କା ଅସୁଲି !!

Sunil Chandra Nayak

Leave a Comment

error: Content is protected !!