ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାକ୍ସି ପଂଚାୟତର ମୈ।ଳିକ ସୁବିଧା ଯୋଗାଇ ଦେବା ମୋର ଲକ୍ଷ:ରାକ୍ସି ସରପଂଚ

ନର୍ଲା (ମପ୍ର) ନର୍ଲା ବ୍ଳକ ଅନ୍ତର୍ଗତ ରାକ୍ସି ପଂଚାୟତଟି ୪ ଗୋଟି ଗ୍ରାମ ରାକ୍ସି, ଗୋଖରା,ବୁଢିପଦର ଓ ଖାଇଚୁଆଁ ଗ୍ରାମର ୧୧ ଗୋଟି ୱ।ର୍ଡକୁ ନେଇ ଗଠିତ। ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ରାକ୍ସି ପଂଚାୟତରେ ଦଶମ ଶ୍ରେଣୀ ପାସ୍ କରିଥିବା ଯୁବକ ଯେମନ୍ତ ପୋଢ ସରପଂଚ ରୂପେ ନିର୍ବାଚିତ ହୋଇ ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଛନ୍ତି। ଲୋକଙ୍କ ସେବା ମୋର କାମ, ପ୍ରଥମେ ରାକ୍ସି ହାଇସ୍କୁଲର ଉନ୍ନତି ସହ ରାସ୍ତା, ପାନୀୟ ଜଳ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କାର୍ଯ୍ୟରେ ପ୍ରାଥମିକତା ଦେବି ବୋଲି ନିର୍ବାଚିତ ସରପଂଚ କହିଛନ୍ତି। ଏହି ପଂଚାୟତରେ ଯେମନ୍ତ ପୋଢ ୧୨୮୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ବନ୍ଦୀ ବିଜୟ ଧଙ୍ଗଡା ମାଝୀ ୮୯୧ ଖଣ୍ଡ ଭୋଟ ପାଇ ୩୯୨ ଭୋଟରେ ପରାଜିତ ହୋଇଥିଲେ। ମାର୍ଚ୍ଚ ୧୧ ତାରିଖ ଦିନ ନାଏକ ସରପଂଚ ପଦବୀ ପାଇଁ ନିର୍ବାଚନ ଥିବାରୁ ଏହି ଦିନ ୧୦ଘଣ୍ଟା ସମୟରେ ସରପଂଚ ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପୋଢ ଜଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ବୁଢୀପଦର ଗ୍ରାମର ୯ନଂ ୱ।ର୍ଡ ସଭ୍ୟ ହରିଜନଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଏହି ୱ।ର୍ଡରୁ ଜଣେ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ତେବେ ଏହି ୱ।ର୍ଡ ମେମ୍ବର ପଦ ଖାଲି ଥିବା ଜଣାଯାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଜଗନ୍ନାଥ ମନ୍ଦିରକୁ ରଥ ଦାନ କଲେ ଭକ୍ତ ଲାଲମନ

Sunil Chandra Nayak

ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!