ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ     

 ନବରଙ୍ଗପୁର-(ମସିହା)ଗତ ତା୨୦-୫-୨୦୨୩ରିଖ ସ୍ଥାନୀୟ ସମୟ ଅପରାହ୍ନ ୪ଘ୩୦ ମିନିଟ ସମୟରେ ୟୁରୋପ ମହାଦେଶର ଡେନମାର୍କ ଦେଶର କୋପେନ୍ ହେଗେନରେ ଏକ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନେଦରଲ୍ୟାଣ୍ଡର ସହ-ପ୍ରତି- ଋତ୍ୱିକ ରାଧାକ୍ରୀଷ୍ନ ଶର୍ମା ଙ୍କ ଅଧ୍ୟକ୍ଷତାରେ ଯାଯକ ତଥା ଡାବୁଗାଁ ବ୍ଳକ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗୋପିନାଥ ବେହେରା ଙ୍କ ସହ ଅନ୍ୟ ୧୦ଟି ଦେଶର ପ୍ରାୟ ୭୦ଜଣ ଗୁରୁଭାଇ ଓ ମା ମାନେ ଉପସ୍ଥିତ ଥିଲେ। ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନ ଉପରେ ବ୍ୟାପକ ଆଲୋଚନା ହୋଇଥିବା ବେଳେ ଠାକୁରଙ୍କ ଭାବାଦର୍ଶ ରେ ମୁଗ୍ଧ ହୋଇ ଜଣେ ଠାକୁରଙ୍କ ସତଦୀକ୍ଷା ଗ୍ରହଣକରିଥିଲେ। ଉକ୍ତ ସତସଙ୍ଗକୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ରାମକିଙ୍କର ଠାକୁର ଭାଇ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହିମା ଆଶ୍ରମରେ ମାଘ ସପ୍ତମୀ ତଥା ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ 

Sunil Chandra Nayak

ସାବିତ୍ରୀ ଅମାବାସ୍ୟା ରେ ମା ‘ ପାଟଖଣ୍ଡା “ସାବିତ୍ରୀ ବେଶ” ରେ ଭକ୍ତଙ୍କୁ ଦର୍ଶନ ଦେଲେ 

Leave a Comment

error: Content is protected !!