ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସିକେରକୁପା ଠାରେ ଏଫ/୬୪ ବାଟାଲିଆନ ପକ୍ଷରୁ ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଲାଞ୍ଜିଗଡ଼:( 21/05/23 )କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ସିକେରକୁପା ଠାରେ ଏଫ/୬୪ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପରିସରରେ ଜନସମ୍ପର୍କ କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ସିଆରପିଏଫ ଏଫ/୬୪ବାଟାଲିୟନ କମାଡେଣ୍ଡ ପଙ୍କଜ ଚୈଧରୀ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଦାନ ଚେରିଟେବୁଲ ଟ୍ରଷ୍ଟ ଚେୟାରମେନ ପଲ୍ଲବୀ ଚତୁର୍ବେଦୀ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଏଫ/୬୪ବାଟାଲିୟନ ଡିଆଇଜିପି ଏମଇଡି ବିଥିକା ସିଂ, ମେଡିକାଲ ଅଫିସର, ଏମଡି ଇବ୍ରାହିମ ଲାଞ୍ଜିଗଡ ରୋଡ ପଞ୍ଚାୟତ ସରପଂଚ ମମତା ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏଥିରେ ଲାଞ୍ଜିଗଡ଼ ରୋଡ଼ ଓ କଦମଗୁଡା ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ବୃଦ୍ଧବୃଦ୍ଧା ଓ ଜନସାଧାରଣ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରି ସର୍ବକ୍ଷେତ୍ରରେ ପୋଲିସ ତଥା ଜବାନ ଆପଣଙ୍କ ମାନଙ୍କୁ ସହିତ ରହିଛି ଓ ରହିବ ତେଣୁ ଭାତୃଭାବ ଓ ବନ୍ଧୁତ୍ୱ ବଜାଇ ରଖିବା ପାଇଁ ନିବେଦନ । ଏଫ/୬୪ ବାହିନୀର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ।ବରଦାନ ଚାରିଟେବୁଲ ଟ୍ରଷ୍ଟ ହରଦୋଇ ଦ୍ବାରା ୫୦ ଜଣ ବୃଦ୍ଧ ବୃଦ୍ଧା ମାନଙ୍କୁ ଶ୍ରବଣ ମସିନ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଇନ୍ସପେକ୍ଟର ମହମ୍ମଦ ଖୁଦବୁଦ୍ଦିନ ପରିଚାଳନା କରିଥିଲେ।

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳଙ୍କ ରିପୋର୍ଟ

Related posts

ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

Sunil Chandra Nayak

ବେଦାନ୍ତ ଲିମିଟେଡ୍ ତରଫରୁ ପୋଖରୀବନ୍ଧଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଏସ୍‌ସିବି ମେଡ଼ିକାଲ୍‌ – କଟକରେ ଆରମ୍ଭ ହୋଇଛି ଅନଲାଇନ୍ ଆଉଟଡୋର୍ ରୋଗୀ ପଞ୍ଜିକରଣ ସେବା

Sunil Chandra Nayak

Leave a Comment

error: Content is protected !!