ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଚଢାଉ ! ୫୪ ଲିଟର ମଦ ଜବତ ସହ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

ମୟୂରଭଞ୍ଜ -୨୩/୫ (ମସିହା) ମହିଳାଙ୍କ ହାତରେ ଚୋରା ମଦ ଧରାଇ ମାଲେମାଲ ହେଉଛନ୍ତି ଚୋରା ମଦ ମାଫିଆ । ଢାଲ ସାଜିଛନ୍ତି ମହିଳା । ରାଜ୍ୟ ସରକାର ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ କରି ସ୍ବାବଲମ୍ବୀ ହେବାପାଇଁ କୋଟି କୋଟି ଟଙ୍କା ବିନା ସୁଧରେ ଋଣ ଦେଉଛନ୍ତି ହେଲେ କିଛି ମହିଳା ସରକାରଙ୍କ ଯୋଜନା ଓ ଲକ୍ଷ୍ୟକୁ ପଣ୍ଡ କରି ବେଆଇନ ମାଦକ ଦ୍ରବ୍ୟ କାରବାରରେ ଲିପ୍ତ ରହୁଛନ୍ତି ।ମଦ ମାଫିଆଙ୍କ ବଳୟରେ ମହିଳାମାନେ ଗାଁ ଗଣ୍ଡାରେ ଏହାକୁ କୁଟୀର ଶିଳ୍ପରେ ପରିଣତ କଲେଣି । ନିଶାଦ୍ରବ୍ୟକୁ ନାଁ ନାରା ଆଜି ଫୁ ହୋଇଯାଇଛି । ମହିଳାଙ୍କୁ ତାଗିଦ କରିବାକୁ ଭୟ କରୁଛନ୍ତି ଗ୍ରାମବାସୀ । ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ଗାଁ ଗଣ୍ଡାରେ କୁଜି କୁଜି ନେତା ଓ ଦଲାଲ ମଦ ମାଫିଆଙ୍କୁ ଠାରୁ ଉତ୍କୋଚ ନେଇ ସେହି ମହିଳାଙ୍କୁ ଭିତିରିଆ ସହଯୋଗ ବେଆଇନ ମଦ କାରବାରକୁ ପ୍ରତ୍ସୋହନ ଦେବାସହ ସୁରକ୍ଷା ଦେଉଛନ୍ତି ।କେହି ଯଦି ମହିଳାଙ୍କ ଉପରେ ପଦକ୍ଷେପ ନିଅନ୍ତି ଏହି ପୋଷାଗୁଣ୍ଡାମାନେ ସେମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ମାରଧର ଧମକ ଚମକ ଦେଉଛନ୍ତି ।ଯାହାଫଳରେ ଗ୍ରାମବାସୀମାନେ କିଛି କହିବାକୁ ଡରୁଛନ୍ତି । ଅପରପକ୍ଷରେ ଅବକାରୀ ବିଭାଗର କର୍ମଚାରୀ ଅଭାବ ନେଇ ହାତ ଟେକି ବସିଛନ୍ତି ଅବକାରୀ ବିଭାଗ ।ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ତାଳମେଳ ଖାପ ଖାଉ ନ ଥିବାରୁ ମାଫିଆମାନେ ବେଆଇନ ମଦ କାରବାର ଜୋର ଚଳାଇଛନ୍ତି ।ଅପର ପକ୍ଷରେ କରୋନା ପରେ ପରେ ଅବକାରୀ ନୀତି କୋହଳ ହେବାରୁ ଵେଆଇନ ମଦ ବିକ୍ରେତା ମାନେ ସଙ୍ଗେ ସଙ୍ଗେ ଜାମିନ ପାଇ ଯାଉଛନ୍ତି ।ଯାହା ଫଳରେ ସେମାନେ ଅବକାରୀ ଓ ପୋଲିସ ପ୍ରଶାସନକୁ ଭୟ କରୁ ନାହାନ୍ତି । ଗାଁ ଗଣ୍ଡା ସହର ଗଳି କନ୍ଦିରେ ଖୁଲମ ଖୁଲା ମଦ ବିକ୍ରି ଯୋଗୁଁ ଯୁବଗୋଷ୍ଠୀ ନିଶାଗ୍ରସ୍ତ ସୋଇ ରାସ୍ତାଘାଟ ଘରେ ଅଶ୍ଳୀଳ ଭାଷା ଗାଳି ଗୁଲଜ, ମାରପିଟ୍ କରୁଛନ୍ତି ।ଛୋଟ ମୋର ଗାଁ ଟି ର ପରିବେଶ ଆଜି ଅଶାନ୍ତ ହୋଇଯାଉଛି । ଯାହାକୁ ନେଇ ସାମାଜିକ କର୍ମୀ ମାନେ ଚିନ୍ତିତ ।

ଆଜି ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଆଇଆଇସି ନାରାୟଣ ଜେନାଙ୍କ ନେତୃତ୍ବରେ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧ ନମ୍ବର ଓ୍ବାର୍ଡର ସୌରୀ ସୋରେନ (୪୨) ଙ୍କ ପାଖରୁ ୧୮ ଲିଟର, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପୋଖରୀଆ ଗ୍ରାମର ଚାନ୍ଦିନୀ ନାଏକ(୩୫)ଙ୍କ ପାଖରୁ ୨୦ ଲିଟର ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୋଲଗଣ୍ଡା ଗ୍ରାମର ସୁକାନ୍ତି ଟୁଡୁ (୩୧) ଙ୍କ ପାଖରୁ ୧୬ ଲିଟର ଚୋରା ଦେଶୀମଦ ଜବତ କରିବା ସହ ସେମାନଙ୍କ ନାମରେ ଅବକାରୀ ମାମଲା କେଶ ନମ୍ବର ୨୦/୨୩,୨୧/୨୩ ଏବଂ ୧୪/୨୩ ରୁଜୁ କରିବା ସହ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିବା ସହ ଜଣଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଛି । । ଚଢ଼ାଉରେ ସବୁ ଇନ୍ସପେକ୍ଟର ରାଜୀବ କୁମ୍ଭକାର ,ଦିଲିପ ଯେନା, ଅରୁଣ ମଲ୍ଲିକ, ପ୍ରିୟଙ୍କା ମହାନ୍ତ,ଚୁଡ଼ାମଣି ସିଂ ଏବଂ ଅନ୍ୟ କର୍ମଚାରୀ ସାମିଲ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୁଣି ସନ୍ଧେହରେ ହତ୍ୟା ଘଟଣା ୫ କୋର୍ଟ ଚାଲାଣ 

masiha

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ଚୋରି

masiha

ନଦୀ ଭିତରୁ ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର , କାରଣ ଅପଷ୍ଟ, ହତ୍ୟା ନା ଅନ୍ୟକିଛି ପୁଲିସ ତଦନ୍ତ ଜାରି

masiha

Leave a Comment

error: Content is protected !!