ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସାମାଜିକକର୍ମୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ରକ୍ତଦାନ ଶିବିର

କାମାକ୍ଷାନଗର ( ମ ନି ସ)ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୨୩/୦୫/୨୩ ରିଖ ମଙ୍ଗଳ ବାର ଦିନ ଏକ ରକ୍ତଦାନ ଶିବିର ପାରିମାଳ ଅଞ୍ଚଳ ର ଜଣାଶୁଣା ଯୁବ ସାମ୍ବାଦିକ, ସମାଜ ସେବୀ ଯୁବ ସଂଗଠକ ପର୍ଶୁରାମ, ମହାଭୋଇ ଓ ସହଯୋଗୀ ମଳୟ ସାହୁ,ରାକେଶ ମହାନ୍ତି, ଜ୍ୟୋତି ପ୍ରକାଶ ସାହୁ ସହଯୋଗରେ ଗ୍ରୀଷ୍ମ ଋତୁରେ, ଯୁଦ୍ଧ କାଳୀନ ଭିତ୍ତିରେ ଆୟୋଜନ କରଯାଇଛି.ଏହି ଶିବିରରେ ସମୁଦାୟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ପାରିମାଳ ଯୁବକ ସଙ୍ଘ ଓ ସାମ୍ବାଦିକ ସଂଘ ଦ୍ୱାରା ଏହି ଶିବିର ଆୟୋଜନ ହୋଇଛି l ଏଥିରେ ୧୦ ଜଣ ମହିଳା ଓ ୫୦ ଜଣ ପୁରୁଷ ରକ୍ତଦାନ କରିଥିଲେ l ଗତb୧୯/ ୦୫/୨୩ ରିଖରେ ପର୍ଶୁରାମ ମହାଭୋଇ ଓ ସହଯୋଗୀ ମାନେ, ଗ୍ରୀଷ୍ମ ରେ ରକ୍ତର ଅଭାବକୁ ପୂରଣ କରିବା ପାଇଁ ଏହି ନିଷ୍ପତି ନେଇଥିଲେ. ଖୁବ କମ ସମୟ ଭିତରେ ଏତେ ସଂଖ୍ୟକ ରକ୍ତ ସଂଗ୍ରହ କରିବା ଶ୍ରୀ ମହାଭୋଇ ଓ ସହଯୋଗୀଙ୍କୁ ଏକ ଚାଲେଞ୍ଜ ଥିଲା l ଏହି ଶିବିରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା.ପ୍ରମିଲି ପ୍ରଧାନ, ଡାକ୍ତର ସୁଜିତ ଦାସ ଓ ବ୍ଲଡ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଥମଦାତା ଭାବେ ଶାନ୍ତଶ୍ରୀ ନାୟକ ,ମଳୟ ସାହୁ ଓ କାମାକ୍ଷାନଗରର ଯୁବ ସାମ୍ବାଦିକ ସୋମ୍ୟରଞ୍ଜନ ନାୟକ ରକ୍ତଦାନ କରିଥିଲେ।ସ୍ଥାନୀୟ ସମାଜସେବୀ ଭରତ ବିଶ୍ୱାଳ ରକ୍ତଦାତା ଙ୍କୁ ପ୍ରୋତ୍ସାହିତ କରିଥିଲେ। ବରିଷ୍ଠ ରକ୍ତଦାତା ସୁମନ୍ତ କୁମାର ଜେନା, କାଦମ୍ବରୀ ମହାଖୁଡ଼, ବିରଞ୍ଚିନାରାୟଣ ପାଣି, କାମାକ୍ଷାନଗର ସାମ୍ୱାଦିକ ପ୍ରକାଶ କୁମାର ପାତ୍ର ଓ ସୌମ୍ୟରଞ୍ଜନ ନାୟକ ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ସାହସ ଓ ସଚେତନ କରିଥିଲେ.ସମସ୍ତ ରକ୍ତଦାତାଙ୍କ ସ୍ୱାସ୍ଥ୍ୟପରୀକ୍ଷା କରି ରକ୍ତସଂଗ୍ରହ କରାଯାଇଥିଲା। ପରେ ମିଠା, ଅମୁଲକୁଲ୍, ଥଣ୍ଡାପାଣି ଓ ଓଆରସ୍ ଦେଇ ରକ୍ତଦାତା ଙ୍କୁ ବିଶ୍ରାମ ଦିଆଯାଇଥିଲା। ପୂର୍ବରୁ ଏହି କେନ୍ଦ୍ରରେ ଦୁଇ ଥର ରକ୍ତଦାନ କରି ୬୫ ୟୁନିଟ ଲେଖାଏଁ ରକ୍ତ ସଂଗ୍ରହ ହୋଇଥିଲା। ପାରିମାଳ ଅଞ୍ଚଳରେ ଆଗକୁ ମଧ୍ୟ ପ୍ରତେକ ତିନି ମାସରେ ଥରେ ରକ୍ତଦାନ ଶିବିର ପାଇଁ ଲକ୍ଷ୍ୟ ରଖିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ସମାଜସେବା ରେ ସାମାଜିକ ସଂଗଠନ “ସମାଜ ପାଇଁ ସମର୍ପିତ” 

Sunil Chandra Nayak

ଯୁବରେଡକ୍ରସ ତରଫରୁ ବିଶ୍ବ ଏଡ଼ସ୍ ଦିବସ ପାଳିତ : ପ୍ରତ୍ୟେକ କ୍ଷେତ୍ରରେ ଅସମାନତା ଦୂର ହେଉ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା ପ୍ରତି ସୁଦୃଷ୍ଟି ପଡିଲା :ଡାକ୍ତର ଷ୍ଟାଫ ନର୍ସ ଫାର୍ମାସିଷ୍ଟ ଓ ଲାବୋରାଟୋରି ଟେକ୍ନିସିଅନ ଦେଲେ

Sunil Chandra Nayak

Leave a Comment

error: Content is protected !!