ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ :ବାଈ ନାଚ ସାଙ୍ଗକୁ ବାଜା ବାଣରେ ଦୁଳୁକିଲା ସହର

କାମାକ୍ଷାନଗର(ମ ନି ସ)୨୫/୦୫- ବିପୁଳ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ସହ ଢେଙ୍କାନାଳ ଜିଲ୍ଲା ଭୁବନ ରେ ଶିବ ପାର୍ବତୀ ବିବାହ ସମ୍ପନ୍ନ ହୋଇଯାଇଛି। ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ବାବା ବୁଦ୍ଧେଶ୍ଵର ଙ୍କ ମାତା ପାର୍ବତୀ ଦେବୀ ଙ୍କ ବିବାହ କାର୍ଯ୍ୟରେ ଇଞ୍ଜିନିୟର ଦେବେନ୍ଦ୍ର ପୃଷ୍ଟି ଓ ତାଙ୍କ ପତ୍ନୀ ଭାଗ୍ୟଶ୍ରି ରାଉତ କନ୍ୟା ପିତା ମାତା ସାଜିଥିବା ବେଳେ ନୂଆ ବଜାର ବଣିକ ସଂଘ ସଂପାଦକ ବସନ୍ତ କୁମାର ପୋଥାଳ ଓ ତାଙ୍କ ପତ୍ନୀ ଆରତୀ ପୋଥାଳ ବର ପିତା ମାତା ସାଜି ଦେବ ବିବାହ କରାଇଥିଲେ । ଅପରାହ୍ନ ୪ ଘଟିକା ସମୟ ରେ ବାଟ ବରଣି କରାଯାଇଥିଲା ଓ ସନ୍ଧ୍ୟା ୭ ଘଟିକରେ ବ୍ରାହ୍ମଣୀ ଦେବୀ ଛକରୁ ମହେଦେବଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ସନାତନ ସାହୁ ଓ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ଶୈବ ଭକ୍ତ ବରଯାତ୍ରୀ ସାଜିଥିଲେ । ପ୍ରଥମ ଥର ପାଇଁ ଆକର୍ଷଣୀୟ ବାଈ ନାଚ ଆୟୋଜନ କରାଯାଇଥିଲା ,ଯାହାକି ଅତ୍ୟନ୍ତ ମନମୁଗ୍ଧକର ହୋଇଥିଲା । ବାଈ ନାଚ ସାଙ୍ଗକୁ ବାଜା ,ବାଣ , ଡିଜେ ସାଉଣ୍ଡ ,ମହିଳା, ପୁରୁଷ ସଙ୍କୀର୍ତ୍ତନ ରେ ସହର ଦୁଲୁକିଥିଲା । ରାତ୍ର ୧୧ ଘଟିକା ରେ ବରଯାତ୍ରୀ ସହ ବୂଦ୍ଧେଶ୍ୱର୍ ମହାଦେବ ମନ୍ଦିର ରେ ପହଞ୍ଚିବା ପରେ ବିବାହ କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଭୁବନ ର ଅନ୍ୟତମ ପ୍ରାଚୀନ ଶୈବ ପୀଠ ବାବା କାଶୀ ବିଶ୍ଵନାଥଙ୍କ ମନ୍ଦିର ( ଛତା ମଠ) ରେ ମଧ୍ୟ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଢେ଼ଙ୍କାନାଳ ଜିଲ୍ଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର , ଇଞ୍ଜିନିୟର ମନୋରଞ୍ଜନ ପତି ବର ମାତା ପିତା ଓ ବନିତା ପୃଷ୍ଟି ସରୋଜ ପୃଷ୍ଟି କନ୍ୟା ମାତାପିତା ସାଜି ବିବାହ କରାଇଥିଲେ। କାଶୀ ବିଶ୍ଵନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତି ହରିହର ସାହୁଙ୍କ ତତ୍ତ୍ଵାବଧାନରେ ସନ୍ଧ୍ୟାରେ ଦେବଦମ୍ପତିଙ୍କ ସହର ପରିକ୍ରମା କରାଯାଇଥିଲା ।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ;ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ସୁବାଷିତ ଜଳରେ ସ୍ନାନ କଲେ ମହାପ୍ରଭୁ

ସାଇସାଗର ଧାମରେ ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ 

Sunil Chandra Nayak

ପ୍ରଭୁ ପଶ୍ଚିମେଶ୍ୱରଙ୍କ ମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଯାତ୍ରାରେ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ 

Sunil Chandra Nayak

Leave a Comment

error: Content is protected !!