ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ରାଉରକେଲା/ ରାଉରକେଲା ହକର୍ସ ଆସୋସିଏସନ୍ ତରଫରୁ ୨୬ ମଇ ଆନ୍ତର୍ଜାତିକ ହକର୍ସ ଦିବସ ପାଳନ ଅବସରରେ ଆଦର୍ଶ ସାହିତ୍ୟ ଘର ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ବ ଓ ମଂଚ ସଂଯୋଜନାରେ ଆଲୋଚ୍ୟ ବିଷୟ ‘ ହକରମାନଙ୍କର ଅବଦାନ ଓ ଅବସ୍ଥାନ’ ସଂପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନାରେ ବଣେଇ ର ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସମାଜର ପ୍ରତିନିଧି ମୃତ୍ୟୁଞ୍ଜୟ ମହାପାତ୍ର, ପ୍ରମେୟ ର ପ୍ରତିନିଧି ନରହରି ଦାସ, ସମ୍ବାଦର ପ୍ରତିନିଧି ଆଶିଷ ଗଡନାୟକ, ଧରିତ୍ରୀ ର ପ୍ରତିନିଧି ସଂଗ୍ରାମ ଭୂୟାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହକର୍ସ ମାନଙ୍କର ସମସ୍ୟା, ସାମାଜିକ ସୁରକ୍ଷା,ସ୍ବାସ୍ଥ୍ୟ ବୀମା, ଦୁର୍ଘଟଣା ଜନିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମୁଣ୍ଡା ଏହି ସମସ୍ୟା ସଂପର୍କରେ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ଆସୋସିଏସନ୍‌ର ସଂପାଦକ ବିମାନ ମାଇତି ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୧୦ଜଣ ବରିଷ୍ଠ ହକର ଭାଇଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁରୁଦ୍ଧ ଜେନା,କିଶୋର ରାଉତ, ଆର୍ତ୍ତତ୍ରାଣ ବେହେରା,ମନୋଜ ପଟ୍ଟନାୟକ ପ୍ରମୁଖ ନିଜ ସମସ୍ୟା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶେଷରେ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ହକର ଭାଇମାନେ ଯୋଗଦେଇ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

masiha

ଗାଧୋଇବକୁ ଯାଇ ନାଗାବଳୀ ନଦୀରେ ଭାସିଯାଇ ୮ ବର୍ଷର ଶିଶୁ ପୁତ୍ର ମୃତ

ରାୟଗଡାରେ ୭୪ତମ ଗଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!