ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦ୍ଭୁତ ମୃତ ଶିଶୁ ପୁତ୍ର ଜନ୍ମ

ବଲାଙ୍ଗୀର, // ପାଟଣଗଡ ଭରତବାହାଲ ପଞ୍ଚାୟତ ମୁଦଲସର ଗାଁର ଆଜି ଏକ ଭିନ୍ନ ପ୍ରକାର ମୃତ ଶିଶୁପୁତ୍ର ଜନ୍ମ ଗ୍ରହଣ କରିଥିଲେ । ଶିଶୁ ପୁତ୍ରର ୨ ଟି ମୁଣ୍ଡ ସହ ୩ ନୋଟି ଗୋଡ଼ ଥିବା ଦେଖିବାକୁ ମିଲିଛି । ସୂଚନା ଅନୁସାରେ ମୁଦଲସର ଗାଁର ଅମର ଦୀପ ଙ୍କ ଝିଅ ବନବାସୀ ଆଜିକୁ ୩ ବର୍ଷ ପୂର୍ବେ ସଦର ଥାନା ବେହେରାପାଲି ଗାଁର ବଶିଷ୍ଟ ବାଗଙ୍କୁ ପ୍ରେମ୍ ବିବାହ କରିଥିଲେ । ଉଭଙ୍କର ୱରସରୁ ଜନ୍ମିତ ଏକ ଦୁଇ ବର୍ଷର ଶିଶୁ କନ୍ୟା ଥିବାବେଳେ ଆଜି ସକାଳ ୯ ଟା ସମୟରେ ବନବାସୀ ଙ୍କ ଅଚାନକ ପ୍ରଶବ ଜନ୍ତ୍ରଣା ହୋଇଥିଲା । ପରିବାରବର୍ଗ ବନବାସୀକୁ ନିକଟସ୍ଥ ଘସିଏନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ୧୦୮ ଅମ୍ଭୁଳେନ୍ସ କୁ ଯୋଗାଯୋଗ କରିଥିଲେ । ଅମ୍ଭୁଳେନ୍ସ ଆସିବା ପୂର୍ବରୁ ବନବାସୀ ଏକ ୨ଟି ମୁଣ୍ଡ ସହ ୩ ନୋଟି ଗୋଡଥିବା ଏକ ୭ ମାସର ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରିବାରବର୍ଗ ଶିଶୁ ପୁତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଲେ ଜନ୍ମିତ ଶିଶୁ ପୁତ୍ରର ମାଁଙ୍କୁ ଅମ୍ଭୁଳେନ୍ସ ଯୋଗେ ଡାକ୍ତର ଖାନାକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ମୃତ ଶିଶୁ ପୁତ୍ରର ମାଁ ସୁସ୍ଥଥିବା ଡାକ୍ତରଖାନା ସୁତ୍ରରୁ ଜଣାପଡିଛି । ତେବେ ଶିଶୁ ପୁତ୍ରଟି ଏପରି ହୋଇଥିବା ପଛରେ ଜନ୍ମଗତ କିମ୍ବା ଗର୍ଭା ବସ୍ତାରେ ମାଁ ଖାଉଥିବା ଔଷଧର ପ୍ରଭାବରୁ ମଧ୍ୟ ଏପରି ହୋଇଥାଇପାରେ ବୋଲି ଅବସରପ୍ରାପ୍ତ ଏସଡିଏମଓ ଡ.ଭିମସେମ ମେହେର ଙ୍କ ଠାରୁ ଜଣାପଡିଛି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ବିଜାତଳା ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ 

masiha

୮ଦଫା ଦାବୀ ନେଇ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା

Sunil Chandra Nayak

ଅଗ୍ନୀ ଗଙ୍ଗା ମାଙ୍କ ହୁଣ୍ଡିରୁ ବାହାରିଲା ୨୪ ଲକ୍ଷ ୨୧ ହଜାର ୮୮୯ ଟଙ୍କା

masiha

Leave a Comment

error: Content is protected !!