ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡେଣ୍ଡ୍ରୋବାହାଲିରେ ପାନୀୟଜଳ ସଙ୍କଟ, ପାଣି ଟେଙ୍କର୍ ମାଧ୍ୟମରେ ହେଉଛି ଜଳ ଯୋଗାଣ 

ରୁପ୍ରା, ୨୮/୫ (ମ ନି ସ) : ନର୍ଲାବ୍ଲକ୍ ରୁପ୍ରାରୋଡ୍ ଗ୍ରାମ ପଞ୍ଚାୟତ ଅଧିନ ଡେଣ୍ଡ୍ରୋବାହାଲି ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଏହି ସମସ୍ୟା ବାବଦରେ ବିଜେପି କୃଷକ ମୋର୍ଚ୍ଚା ସରିଆଁ ମଣ୍ଡଲ ସଭାପତି ନିଳାଞ୍ଚଳ ସିଂ ଠାକୁର ରୁପ୍ରାରୋଡ୍ ସରପଞ୍ଚ ହେମନ୍ତ ଭୋଇଙ୍କୁ ଅବଗତ କରାଇଥିଲେ। ଫଳରେ ସରପଞ୍ଚ ଶ୍ରୀ ଭୋଇଙ୍କ ଉଦ୍ୟମ ଫଳରେ RWSS ନର୍ଲା ତରଫରୁ ଦୁଇଦିନ ହେଲା ପାଣିଟାଙ୍କି ସାହାଯ୍ୟରେ ପାନୀୟ ଜଳ ଯୋଗାଣ ହେଉଥିବା ଜଣାପଡିଛି, ଫଳରେ ଗ୍ରାମବାସୀ ସରପଞ୍ଚ ଶ୍ରୀ ଭୋଇ ତଥା ପାନୀୟ ଜଳ ଯୋଗାଣ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଉକ୍ତ ଗ୍ରାମ ନିକଟରେ କୌଣସି ନଈନାଳ ନଥିବାରୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ ପ୍ରକାଶ କରିଥିଲେ ଓ ଡିପ୍ ବୋରୱେଲ୍ ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ପ୍ରଦାନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜାତୀୟ ବନ ମହୋତ୍ସବ ସପ୍ତାହ ପାଳିତ 

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

Leave a Comment

error: Content is protected !!