ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରାୟଣପାଟଣା ବ୍ଲକରେ ୬୧ଟି ଅଭିଯୋଗର ଶୁଣାଣୀ କଲେ ପ୍ରକଳ୍ପ ନିର୍ଦ୍ଧେଶକ

ନାରାୟଣପାଟଣା ୨୯।୦୫ //ନାରାୟଣପାଟଣା ବ୍ଲକ ଠାରେ ଗୋଷ୍ଠି ଉନ୍ନୟନ ଅଧିକାରି ଅସ୍ଵୀନି ମହାପାତ୍ରଙ୍କ ପରିଚାଳନାରେ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କୋରାପୁଟ୍ ଜିଲ୍ଲାପାଳ ଅବଦୁର୍ ମହମଦ ଅଖ୍ତର କୋଣସି କାରଣ ବସତଃ ଅନୁପସ୍ଥିତ ଥିବାରୁ ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜୀ ଇଶ୍ଵଲଓ୍ଵାର୍ ସମୁଦାୟ ୬୧ଟି ଅଭିଯୋଗର ଶୁଣାଣୀ କରିଥିଲେ।ସେଥି ମଧ୍ୟରୁ ଅଧିକାଂଶ ପାନିୟ ଜଳ,ବିଜୁଳି ଓ ଚାଷ ପାଇଁ ଆଡିବନ୍ଧ ନିର୍ମାଣ ଉପରେ ଅଭିଯୋଗ ହୋଇଥିଲା।

ନାରାୟଣପାଟଣା ଠାରେ ହଜାର ହଜାର ଚାଷ ଜମି ଥିବା ସତ୍ଵେ ଆଡିବନ୍ଧର ବ୍ୟବସ୍ଥା ନାହିଁ।ଫଳରେ ଅନେକ ଚାଷୀ ଜଳକର ଦେଉ ନଥିବାରୁ ମଣ୍ଡିର ସୁବିଧା ପାଇପାରୁ ନାହାନ୍ତି। ତେଣୁ କରି ବ୍ଲକରେ ଅଧିକରୁ ଅଧିକ ଚ୍ୟାକ୍ ଡ୍ୟାମ ନିର୍ମାଣ କରା ଗଲେ ଚାଷୀ ମାନେ ଜଳ କର ବାନ୍ଧି ମଣ୍ଡିର ସୁବିଧା ପାଇ ପରନ୍ତେ ବୋଲି ଚାଷିମୂଲିଆ ଆଦିବାସି ସଂଘର ସଭାପତି ଲିଙ୍ଗା ନାଚିକା ଅଭିଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପରିକ୍ଷାଧିନ ଥିବା ଭାରତୀୟ ପ୍ରସାସନିକ ସେବା ଅଧିକାରି ପ୍ରଥମେସ୍ ରାଜ୍ ସିର୍କେ,ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଡ.ନୀଳମାଧବ ଶତପଥି,ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରୀନାଥ,ତହସିଲଦାର୍ ଯଦୁମଣି ନାୟକ ଉପସ୍ଥିତ ଥିଲେ।ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅବସରରେ ବ୍ଲକରେ ଥିବା ସମସ୍ତ ବିଭାଗର ଅଧିକାରି ମାନେ ଯୋଗ ଦେଇଥିଲା ବେଳେ ସାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନାରାୟଣପାଟଣା ଥାନା ତରଫରୁ ବ୍ୟାପକ ପୋଲିସ୍ କର୍ମି ମୃତୟନ କରାଯଇଥିଲା ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଚଳିତ ବର୍ଷ ତେନ୍ତୁଳିଖୁଣ୍ଟି ରେ 3600 କୁଇଣ୍ଟାଲ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ

masiha

ଖୁଶଲ କୁମାର ବେହେରା  ଦଶମ ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନରେ ଶତକଡା 98.4 % ରଖି ସଫଳତା ଅର୍ଜନ କରିଛନ୍ତି

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସାଧାରଣ ସଭା ଓ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!