ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବଇଡା ବନ୍ଧରେ ଭାସୁଥିବା ଯୁବକ ର ମୃତ ଦେହ ଉଦ୍ଧାର

ଫୁଲବାଣୀ // କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଗଞ୍ଜୁଗୁଡା ଗ୍ରାମ ପଂଚାୟତ ର ଗଞ୍ଜୁଗୁଡା ଗ୍ରାମର ସହଦେଵ ବେହେରାଙ୍କ ବଡ଼ ପୁଅ ସନତ ବେହେରା ୩୦ ଦୁଇଦିନ ହେଲା ଘରୁ ବାହାରିଯାଇ ଆଉ ଘରକୁ ଫେରିନଥିଲା। ଆଜି ସନତର ମୃତ ଦେହ ବଇଡା ହାଇସ୍କୁଲ ନିକଟସ୍ଥ ଉପର ପାଖ ବନ୍ଧରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ | ଖରପାଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ସମୀର କୁମାର ରାଉତ ଓ ତାଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ବନ୍ଧ ପାଣିରୁ ଶବକୁ ଉଦ୍ଧାର କରିଥିଲେ । ପୋଲିସ ଶବ ଜବତ କରି କନ୍ଧମାଳ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଟିମ ହ୍ୟୁମାନିଟି ର ଶବ ବାହକ ଆମ୍ବୁଲାନ୍ସ ଯୋଗେ ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମେଡ଼ିକାଲ କୁ ପଠା ଯାଇଥିଲା । | ଘଟଣା ର ତଦନ୍ତ ଅଧିକାରୀ ଭାବେ ଏ ଏସ ଆଇ ସଞ୍ଜୟ ବିଶୋଇ ଦାୟିତ୍ୱ ବହନ କରି ଶବଟିକୁ ତର୍ନ୍ନ ତର୍ନ୍ନ ଭାବେ ପରୀକ୍ଷା ନିରୀକ୍ଷା କରିଥିଲେ । ତାଙ୍କୁ ଅନ୍ୟ ଏ ଏସ ଆଇ ମାନେ ସହଯୋଗ କରିବା ସହ, ଗୃହରକ୍ଷୀ ସଦାନନ୍ଦ ସାହାଣୀ , ପ୍ରଭାତ କୁମାର ସାହାଣୀ ,ଟିମ ହ୍ୟୁମାନିଟି ସଦସ୍ୟ,ସହଯୋଗ କରି ଥିଲେ । ସନତ ପାଣିରେ ବୁଡି କିଭଳି ମୃତ୍ୟୁ ବରଣ କଲା ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲା ପରେ ଯାଇ ମୃତ୍ୟୁର ପ୍ରକୃତ ରହସ୍ୟ ଜଣା ପଡିବ ବର୍ତ୍ତମାନ ପୋଲିସ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ସମୀର କୁମାର ରାଉତ ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ମୃତ ସନତ ଜଣେ ଭଲ ଲୋକ ଓ ମେଳାପୀ ଥିଲେ, ସେ କାହା ସହିତ କେବେ ଝଗଡା ଝାଟି କରିନ ଥିବା କଥା ଗାଁ ଲୋକ ଙ୍କ ର ଆଲୋଚନା ରୁ ଜଣାପଡିଛି। ସେ ବିବାହିତ ଥିଲେ । ତାଙ୍କର କୌଣସି ପୁଅ ଝିଅ ନ ଥିବା ଜଣା ପଡିଛି, ଘଟଣା ସ୍ଥଳରେ ମୃତକ ସନତ ର ଭାଇ ଦୁଖୀତ ବେହେରା ଉପସ୍ଥିତ ରହି ଥିଲେ। ତାଙ୍କର ମୃତ୍ୟୁରେ ଗଞ୍ଜୁଗୁଡା ଅଂଚଳ ରେ ଶୋକର ଛାୟା ଖେଳିଯାଇଥିଲା।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ !

masiha

Rayagada Police Crack Down on Interstate Crime Ring, Arrest 5

masiha

୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ 

masiha

Leave a Comment

error: Content is protected !!