ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା କାମରେ ଟଙ୍କା ହଡପ ସନ୍ଦେହରେ ଗ୍ରାମବାସୀ , ମେସିନରେ କାମ କରି ମଧ୍ୟ ସମ୍ପୂର୍ଣ ହେଲାନି ପୋଖରୀ ଖୋଳା 

ଢେ଼ଙ୍କାନାଳ( ମ ସୀ ହା)୦୨/୦୬_ହିନ୍ଦୋଳ ବ୍ଲକ ଅନ୍ତର୍ଗତ ରାସୋଳ ଗ୍ରାମପଞ୍ଚାୟତର ଖଜୁରୀବନ୍ଧ ପୁନରୁଦ୍ଧାର ପାଇଁ ହିନ୍ଦୋଳ ବିଧାୟିକା ୨୦୦୦୦୦ଟଙ୍କା ଏବଂ ମନରେଗା ଯୋଜନାରେ ୯୩୦୦୦୦ଟଙ୍କା ଅନୁଦାନ ମିଳିଥିଲା I ମନରେଗା ଯୋଜନାରେ ମେସିନ ଲଗାଇ କାମ କରିବାପାଇଁ ବିଧାୟିକା ପାଣ୍ଠି ଏବଂ ମନରେଗା ଯୋଜନାର କାମ ଏକ ସମୟରେ କରାଯାଇଥିଲା I ମେସିନରେ ବନ୍ଧ ଖୋଳା ହୋଇ ଜବକାର୍ଡ ଧାରୀ ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଯାଇଥିବା ଦେଖିବାକୁ ମିଳିଛି I ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ ଯେଉଁ ଜବକାର୍ଡ ଧାରୀ ଶ୍ରମିକ ବାହାରେ ରୁହନ୍ତି ତାଙ୍କ ନାମରେ ଟଙ୍କା ଉଠାଯାଇଛି ଏବଂ ଯେଉଁଦିନ ଆଦୌ କାମ ହୋଇନାହିଁ ସେଦିନ ମଧ୍ୟ ଶ୍ରମିକ ମାନେ କାମ କରିଥିବା ଦର୍ଶାଇ ଟଙ୍କା ବିଲ୍ କରାଯାଇଛି I ତେବେ ଏହି ଖଜୁରୀ ବନ୍ଧ କେବେ କାମ ସମ୍ପୂର୍ଣ ହେବ ତାହା ଜନସାଧାରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି I କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀଙ୍କୁ ପଚାରିଲେ କୁହନ୍ତି ଆମେ ପୋଖରୀ କେତେ କାମ ହୋଇଛି ଦେଖିନାହୁଁ କିମ୍ବା କୌଣସି ବିଲ୍ କରିନାହୁଁ I ତେବେ ପଞ୍ଚାୟତ ଗ୍ରାମରୋଜଗାର ସେବକ ମାଟି ଖୋଳାର ମାପ ନହୋଇ କିପରି ବିଲ୍ ଛାଡ଼ୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି I ଏପରି ଘଟଣା ରାସୋଳ ପଂଚାୟତରେ ବାରମ୍ବାର ଘଟୁଥିବା ସତ୍ୱେ ମଧ୍ୟ ହିନ୍ଦୋଳ ବିଡ଼ିଓ କୌଣସି ପଦକ୍ଷେପ ନେଉନଥିବାରୁ ସାଧାରଣରେ ବିଡ଼ିଓଙ୍କ ସଚୋଟ ପଣିଆକୁ ନେଇ ପ୍ରଶ୍ନଉଠୁଥିବା ଦେଖିବାକୁ ମିଳୁଛି I

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଡୁଡୁକାଠେଙ୍ଗା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ପରଲୋକ

Sunil Chandra Nayak

ବିଶିଷ୍ଟ ରାଜସ୍ବ ନିରୀକ୍ଷକ ତଥା ହୋମିଓ ଚିକିତ୍ସକ ହର ନାରାୟଣ ମିଶ୍ରଙ୍କ ମହାପ୍ରୟାଣ 

Sunil Chandra Nayak

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ ପକ୍ଷ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!