ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ପ୍ରଭାକର ନନ୍ଦ ଓ ମନ୍ଦିର ପୂଜକ ଭଣ୍ଡେଶ୍ୱର ଆଚାର୍ଯ୍ୟ ଙ୍କ ଦ୍ଵାରା ବିଧିମତେ ସମସ୍ତ ନୀତିକାନ୍ତି ମଧ୍ୟରେ ପୂଜାର୍ଚ୍ଚନା କରାଯାଇ ଶ୍ରୀ ଜୀଉଙ୍କ ର ସ୍ନାନ ନୀତି ହୋଇଥିଲା। ମନ୍ଦିର ଟ୍ରଷ୍ଟର ସଦସ୍ୟ ସନ୍ତୋଷ କୁମାର ମେହେର ଓ ତାଙ୍କର ଧର୍ମପତ୍ନୀ ତନୁଜା ମେହେର କର୍ତ୍ତା ଭାବେ ପୂଜା କାର୍ଯ୍ୟ ତୁଳାଇ ଥିବା ବେଳେ ଟ୍ରଷ୍ଟ ର ସଭାପତି ଉପଜିଲ୍ଲାପାଳ ବେଦ ଭୂଷଣ, ଆଇଏଏସ, ବିଡିଓ ଶରତ ଚନ୍ଦ୍ର ସେଠୀ,ଧର୍ମଗଡ ନଗରପାଳ ଅଶୋକ କୁମାର ମହାନ୍ତି,ଟ୍ରଷ୍ଟର ଉପସଭାପତି ତୁଷାର ରଞ୍ଜନ ପଟ୍ଟଯୋଶୀ, ସଂପାଦକ ନିରଞ୍ଜନ ମହାପାତ୍ର, ବରିଷ୍ଠ ସଦସ୍ୟ ହିମାଂଶୁ ଶେଖର ମୁଣ୍ଡ,ସୁରେଶ ଚନ୍ଦ୍ର ମୁଣ୍ଡ,ବିଦ୍ୟାଧର ସାହୁ, ସୁରେନ୍ଦ୍ର ମୁନି ସମେତ ବରିଷ୍ଠ ଆଇନଜୀବି ଚିନ୍ତାମଣି ପାତ୍ର,ଜଗବନ୍ଧୁ ମିଶ୍ର, ଜନ୍ମେଜୟ ନାଏକ, ଗୁଣନିଧି ମାଝୀ, ଲକ୍ଷ୍ମୀକାନ୍ତ ଖମାରୀ, ଇଙ୍ଗିତ କୁମାର ପଣ୍ଡା ତଥା ବହୁ ଭକ୍ତ ଏହି ଅବସରରେ ଉପସ୍ଥିତ ଥିଲେ। ସମସ୍ତ ନିତୀକାନ୍ତି ଶେଷ ହେବା ପରେ ଶ୍ରୀ ଜିଉ ଙ୍କୁ ଅଣସର ଗୃହକୁ ନିଆ ଯାଇଛି। ଆସନ୍ତା ଜୁନ ୧୯ ତାରିଖ ଦିନ ଶ୍ରୀ ଜିଉଙ୍କ ର ନେତ୍ରୋତ୍ସବ ତଥା ନବ ଯୌବନ ବେଶ,୨୦ ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଓ ୨୮ ତାରିଖ ଦିନ ବାହୁଡା଼ ଯାତ୍ରା ଅନୁଷ୍ଠିତ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

ମା ବୀଣା ପାଣିଙ୍କ ପୂଜା ଅନୁଷ୍ଠିତ

masiha

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

Sunil Chandra Nayak

Leave a Comment

error: Content is protected !!