ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦେବସ୍ନାନ ପୁର୍ଣିମା ପାଳିତ

ପାପଡାହାଣ୍ଡି,4/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ରବିବାର ମହା ଆଢମ୍ବରରେ ରିତିନୀତି ସହ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ପାଳିତ ହୋଇଯାଇଛି। ମୁଖ୍ଯ ପୁରୋହିତ ଶ୍ରୀ ବାଞ୍ଛାନିଧି ନନ୍ଦଙ୍କ ତତ୍ବାବଧାନରେ ସକାଳ ୧୦ ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୋଟି ପହଣ୍ଡି କରାଯାଇ ସ୍ନାନମଣ୍ଡପ କୁ ନିଆଯାଇଥିଲା। ପରେ ୧୦୮ ଗରା ସୁବାସିତ ଜଳରେ ଅଭିମନ୍ତ୍ରିତ ହୋଇ ସ୍ନାନ କରାଯାଇଥିଲା। ଏହି ଅବସରରେ ଲକ୍ଷ୍ମଣ ରଥ ଛେରାପହଁରା କରିଥିଲେ। ପରେ ଗଜାନନ ବେଶ ରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ଯା ଆଳତୀ ପରେ ୮ ଘଣ୍ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଅଣସର ଘରକୁ ନିଆଯାଇଥିଲା। ଏହି ଅବସର ବାପି ତ୍ରୀପାଠୀ, ବାବୁ ନନ୍ଦ, ସୁବାଷ ଘଣ୍ଟ, ପ୍ରଶାନ୍ତ ପାତ୍ର, ଟିମି ଘଣ୍ଟ, ସିବୁନ୍ ସାବତ, ଦିପୁ ଦାଶ, ସୁବାଷ ପାଢୀ, ତପନ ରଥ, ଦେବ ପତି, ସିଲୁ ପାତ୍ର, ଆପନା ପାଢୀ ସହଯୋଗ କରିଥିଲେ। ମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଗବତ ଜନ୍ମୋତ୍ସବ ପାଳିତ 

masiha

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ (ଗଡ୍ରା) ବା ଟୋକିମରା ପର୍ବ ପାଳିତ

Sunil Chandra Nayak

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

Sunil Chandra Nayak

Leave a Comment

error: Content is protected !!