ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଡାବୁଗାଁ ୪/୬ (ମ.ନି.ସ.):- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ରବିବାର ପାଳିତ ହୋଇଯାଇଛି । ଦଇତାପତି ସେବକ ମାନେ ତିନି ଠାକୁରକୁ ସ୍ନାନବେଦୀକୁ ଆଣିବା ପରେ ମହାପ୍ରଭୁଙ୍କୁ ସ୍ନାନ କରାଯାଇଥିଲା । ପରେ ଠାକୁର ଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା | ଭକ୍ତ ମାନେ ମହାପ୍ରଭୁ ଙ୍କୁ ଗଜାନନ ବେଶରେ ଦର୍ଶନ କରିଥିଲେ | ପରେ ତିତନୀ ଠାକୁର ଙ୍କୁ ଅଣସର ଗୃହକୁ ନିଆଯାଇଥିଲା | ଏହି ସମୟରେ ମନ୍ଦିର କମିଟି ସଭାପତି ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଉପ ସଭାପତି ଜି. ଭେଙ୍କଟଶ୍ଵର ରାଓ, କୋଷାଧକ୍ଷ ଜି. ସାଇ ରାଜୁ, ସଭ୍ୟମାନେ ଯଥା ସୁରେନ୍ଦ୍ର କୁମାର ମିଶ୍ର, ଏମ୍. ଆପା ରାଓ, ବାବି ଜେନା, ଭଗବାନ ଖୁଣ୍ଟିଆ, ଲକ୍ଷ୍ମୀକାନ୍ତ ରଥ, ନବୀନ ପାଢୀ, ପ୍ରଦୀପ ସାହୁ, ସନତ କୁମାର ନାୟକ, ନୀଳକଣ୍ଠ ମହାପାତ୍ର, କୁନୁ ପାତ୍ର, ସମେତ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଢେଙ୍କାନାଳ ମା କାମନାକାଳୀଙ୍କ ଦଣ୍ଡ ନୃତ୍ୟ ଆରମ୍ଭ

Sunil Chandra Nayak

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐  ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ 

Sunil Chandra Nayak

ଜୁନାଗଡ ସତସଙ୍ଗ କେନ୍ଦ୍ର ରେ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମ ମହୋତ୍ସବ ଓ ପ୍ରତିଷ୍ଠା ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!