ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ସମିତି ସଭ୍ୟା ଓ ସଭ୍ୟଙ୍କ ମିଳିତ ସମ୍ମିଳନୀ

ପାପଡାହାଣ୍ଡି,4/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୃଗ ବିହାର ନିକଟରେ ରବିବାର ଜିଲ୍ଲା ସ୍ତରୀୟ ସମିତି ସଭ୍ୟା ଓ ସଭ୍ୟଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର 10 ଗୋଟି ବ୍ଲକର 200 ରୁ ଉର୍ଦ୍ଧ ସମିତି ସଭ୍ୟା ଓ ସଭ୍ୟ ଯୋଗଦେଇଥିଲେ | ବୈଠକରେ ସମିତି ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ସରକାରଙ୍କ ତରଫରୁ କୌଣସି ଅଗ୍ରାଧିକାର ଦିଆଯାଉନଥିବା ରୁ ଉଦବେଗ ପ୍ରକାଶ ପାଇଥିଲା | ବୈଠକ ଆଦିରେ ଗୁରୁତ୍ୱ ଦିଆଯାଉନଥିବାରୁ ସମିତି ମାନେ କ୍ଷବ ପ୍ରକାଶ କରିଥିଲେ | ଅଗାମି ଦିନରେ ଏ ନେଇ ମୁଖ୍ୟମନ୍ତ୍ରୀ ନିକଟରେ ଅଭିଯୋଗ କରିବା ନେଇ ମତ ପ୍ରକାଶ ପାଇଥିଲା | ନବରଙ୍ଗପୁର ଜିଲ୍ଲାର ଏକ ପ୍ରତିନିଧି ଦଳ 5ଟି ସଚିବ ଙ୍କୁ ଭେଟିବା ଲାଗି ଆଲୋଚନା ହୋଇଥିଲା | ପ୍ରଥମ ଥର ଲାଗି ଜିଲ୍ଲାର ସମିତି ସଭ୍ୟା ଓ ସଭ୍ୟ ମାନଙ୍କ ସଂଘ ଗଠନ କରାଯାଇଥିଲା | ସର୍ବ ସମ୍ମତିକ୍ରମେ ପ୍ରସନ୍ନ ମାଝୀଙ୍କୁ ସଭାପତି, ସୁଶାନ୍ତ କୁମାର ବେହେରାଙ୍କୁ ଉପସଭାପତି, ସନ୍ତୋଷ ପଟନାୟକଙ୍କୁ ସାଧାରଣ ସମ୍ପାଦକ, ବସନ୍ତି ମଞ୍ଜରି ମଣ୍ଡଳସହସମ୍ପାଦକ, ତନୁଜା ଡାକୁଆଙ୍କୁ କୋଷାଧକ୍ଷ ଭାବେ ଓ ସଂଘର ଲିଗାଲ ଆଡ଼ଭାଇଜର ଶମ୍ଭୁ ଦାସ ପନକାଙ୍କୁ ଚୟନ କରାଯାଇଥିଲା | ଏହି ଅବସରରେ ନୂତନ କର୍ମ କର୍ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା | ପ୍ରତେକ ବ୍ଲକର 2 ଜଣଙ୍କୁ ନେଇ କମିଟିରେ ସାମିଲ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଛାତ୍ର ବାତ୍ସଲ୍ୟ ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ 

masiha

ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ଟେକନୋ ଗୁରୁକୂଳ ପ୍ରାଇଭେଟ୍ ସ୍କୁଲ ଜିଲ୍ଲାରେ ପ୍ରଥମ ଏନ ସି ସି ମାନ୍ୟତା ହାସଲ

masiha

Leave a Comment

error: Content is protected !!