ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦିନ ଦ୍ବିପହରରେ ଗ୍ୟାସ୍ ସିଲିଣ୍ଡର୍ ଠକେଇ ମାମଲାରେ ଦୁଇ ଝାଡଖଣ୍ଡୀକୁ ବାନ୍ଧିଲେ ଗ୍ରାମବାସୀ ଏବଂ ପୋଲିସକୁ ଜିମା

 ମୟୂରଭଞ୍ଜ- ୪/୬( ମସିହା) ଦିନକୁ ଦିନ ଦୁବୃର୍ତ୍ତମାନେ ଠକେଇ ଓ ଲୁଟେରାର ତରିକା ଆପଣେଇଥାନ୍ତି । ଶନିବାର ଦିନ ଦ୍ବିପହରରେ ଦୁଇ ଝାଡଖଣ୍ଡୀ ସଂଖ୍ୟାଲଘୁ ୪୨୦ ଗାଁ ଗାଁ ବୁଲି ଖାଲି ଗ୍ୟାସ୍ ସିଲିଣ୍ଡର୍ ବଦଳରେ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର୍ ଦେବା ବାହାନାରେ ସିଲିଣ୍ଡର୍ ନେଉ ଥିଲେ ଓ ଗ୍ୟାସ ଭର୍ତ୍ତି ସିଲିଣ୍ଡର୍ ପୁରୁଣା ହୋଇ ଯାଇଛି କହି ବ୍ୟବହାର କଲେ ଫାଟିଯିବ କହି ଠକି ଘର ମାନଙ୍କରୁ ସିଲିଣ୍ଡର୍ ନେଉଥିଲେ।ତେବେ ଗାଁ ଲୋକଙ୍କୁ ସନ୍ଦେହ ହେବାରୁ ସେମାନଙ୍କୁ ଅଟକାଇ ଥାନାରେ ଖବର ଦେଇଥିଲେ। ସୂଚନା ମୁତାବକ ଶନିବାର ଦିନ ଝାରଖଣ୍ଡ ରାଜ୍ୟ ମୋତିଗଞ୍ଜ ଅଞ୍ଚଳ କୁଳପୋଷ ଗ୍ରାମର ୨୫ ବର୍ଷିୟ ସାହାଦତ୍ ଅନସାରୀ ଓ ୪୮ ବର୍ଷିୟ ଏମ୍ ଡି ମୁସ୍ତାକ ଆହ୍ମଦ୍ ନାମକ ଦୁଇ ଠକ ୧୯ଟି ଖାଲି ସିଲିଣ୍ଡର୍ ଓ ୩ଟି ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର୍ ଏକ ମହେନ୍ଦ୍ରା ଜିତୋ ଗାଡ଼ିରେ ଧରି ପାଉଥିଲେ । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁରକୁଟିଆ ଗାଁରେ ଘର ଘର ବୁଲି,ଘରେ ଲୋକ ନ ଥିବା ଅବସ୍ଥାରେ ଛୋଟ ଛୁଆ, ସ୍ତ୍ରୀ ଲୋକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦେଇ ସିଲିଣ୍ଡର୍ ସବୁ ନେଇ ପଳାଉଥିବା ସମୟରେ ଗାଁ ଲୋକେ ଜାଣି ପାରି ସେମାନଙ୍କୁ ଅଟକାଇ ଥିଲେ, ଏବଂ ସେମାନଙ୍କ ଉପରେ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ, ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାକୁ ଆଣି ତଦନ୍ତ କରି ଅପରାଧୀଙ୍କୁ କୋର୍ଟ ଚାଲାଣ କରିବା ସହିତ କିଛି ସିଲିଣ୍ଡର୍ ସାଧାରଣ ଜନତାଙ୍କୁ ଫେରାଇଥିବା ଜଣାପଡିଛି।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆସିକା ପୋଲିସ ପକ୍ଷରୁ ୧୨ ଚୋରା ବାଇକ ଉଦ୍ଧାର ୩ ଗିରଫ

ଗାଁ ଦାଣ୍ଡରେ ଆତଙ୍କ ଦୁଇ ଗିରଫ

Sunil Chandra Nayak

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

Leave a Comment

error: Content is protected !!