ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫେଲ ମାରିଛି ବସୁଧା ଯୋଜନା 

ପାଣି ସଙ୍କଟରେ ପଣ୍ଡକୁଳ, ଚିଚିଆ ଓ କେଗାଁ ଗ୍ରାମବାସୀ

ଉଦ୍ଘାଟନ ହୋଇନି ପାଣି ଟାଙ୍କି ବିଦ୍ୟୁତ ବିଭାଗରୁ ବିଲ ଆସିଛି ତିନି ଲକ୍ଷ୍ୟ ଟଙ୍କା

 ଗୋଳାମୁଣ୍ଡା ତା ୧୩/୦୩( ମସିହା)ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଲେ ସର୍ଵ ନାଶ, ପାଣି ପାଇଁ ଲୋକେ ହନ୍ତସନ୍ତ, ଏଭଳି ସମସ୍ୟା ଦେଖିବାକୁ ମିଳିଛି ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଳାମୁଣ୍ଡା ବ୍ଲକ ଚିଚିଆ,ପଣ୍ଡକୁଳ, ଏବଂ କେଗାଁ ରେ  । ନିର୍ମାଣ ହୋଇଥିବା ବସୁଧା ଯୋଜନା ଫେଲ ମାରିବାରୁ ପାଣି ସଙ୍କଟ ଦେଖାଦେଇଥିବା ଜଣାପଡିଛି । ଗ୍ରାମର ସମସ୍ତ ପଡାକୁ ପାଣି ଯୋଗାଇବାକୁ ପାଇପ ଲାଇନ ପୋତାଯାଇଛି ହେଲେ ଗାଁ ଲୋକେ ପାଣି ପାଉ ନ ଥିବା ଅଭିଯୋଗ ହେଉଛି । ଠିକାଦାର ଅଧିକ ଲାଭ ଆଶାରେ ନିମ୍ନମାନର ପ୍ଲାଷ୍ଟିକ ପାଇପ ଦେଇଥିବା ହେତୁ ଅଧିକ ମାତ୍ରାରେ ପାଣି ଛାଡିଲେ ପାଣି ପାଇପ ଗୁଡିକ ଫାଟି ଯାଉଛି ଯାହାଫଳରେ ଗ୍ରାମର ଅଧିକାଂଶ ଲୋକ ପାଣି ପାଉ ନାହାଁନ୍ତି । ଏପଟେ ସରକାରଙ୍କ ଦ୍ୱାରା ଉଦ୍ଘାଟନ ହୋଇନି କି ପଞ୍ଚାୟତକୁ ହସ୍ତାନ୍ତର କରାଯାଇନି ତଥାପି ପାଣି ଦିଆ ଯାଉଥିଲା । କାହା ନିର୍ଦେଶରେ ଏକ ବର୍ଷ ପାଣି ଦିଆଯାଇଥିଲା ? ଶାସକ ଦଳ ଭୋଟ ହାତେଇବା ପାଇଁ ଏକ ବର୍ଷ ପାଣି ଦେଇ ନିର୍ବାଚନ ସରିଲା କ୍ଷଣି ବିଦ୍ୟୁତ ବିଭାଗରୁ ତିନିଲକ୍ଷ୍ୟ ଟଙ୍କା ବିଲ ଦର୍ଶାଇ ବିଦ୍ୟୁତ ବିଛିନ୍ନ କରାଯାଇଛି ବୋଲିସାଧାରଣ ଲୋକମାନେ କହୁଛନ୍ତି । ବିଦ୍ୟୁତ ବିଭାଗରୁ ବିଦ୍ୟୁତ ବିଛିନ୍ନତା କରିବାରୁ ଆଜକୁ ଆଠଦିନ ହେବ ଚିଚିଆ ଓ ପଣ୍ଡକୁଳ ଏବଂ କେଗାଁ ଜନସାଧାରଣ ପାଣି ସଂକଟରେ ଅନେକ ଅସୁବିଧା ଭୋଗୁଛନ୍ତି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସିଯାଇଛି ନଇଁ ନାଳ ପୋଖରୀ ସବୁ ଶୁଖି ଯିବାରେ ବସିଲାଣି ଏପଟେ ବସୁଧା ଯୋଜନାରେ ଥିବା ବିଦ୍ୟୁତ ବିଛିନ୍ନତା ଗ୍ରାମବାସୀଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ପୁଣି ପଣ୍ଡକୁଳ ତେଲନଦୀ ମୁହାଣରେ ତିଆରି କରି ଥିବା କୂଅ ଯଥେଷ୍ଟ ପରିମାଣରେ ପାଣି ମିଳୁ ନାହିଁ,ତଳରେ ପଥର ପଡିଥିବା ହେତୁ ପାଣିସ୍ତର କମି କମି ଯାଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି,ଏ ନେଇ ଗୋଳାମୁଣ୍ଡା ଯନ୍ତ୍ରୀ ଠାରୁ ଆରମ୍ଭ କରି ଧର୍ମଗଡ଼ ଏସଡିଓ ଙ୍କୁଏବଂ ଚିଚିଆ ପିଇଓ ଙ୍କୁ ଫୋନ ଯୋଗେ ଜଣାଇ ଥିଲେ ମଧ୍ୟ ତାଙ୍କ ଠାରୁ ଉତ୍ତର ମିଳୁନାହିଁ, ଏହି ପରିପ୍ରେକ୍ଷୀରେ ରାଜନେତା ପର୍ଯ୍ୟନ୍ତ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଏ ସମସ୍ୟା ଉପରେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଆକର୍ଷଣ କରି ପ୍ଲାଷ୍ଟିକ ପାଇପ ବଦଳରେ ସୁରମାପାଇପ ଦିଆଯିବା ସଙ୍ଗେ ପିଇବା ପାଣି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ପାଣି ଯୋଗାଇଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ପ୍ରତିନିଧି,

୧୩/୩/୨୨

Related posts

ଆଦିବାସୀ ସଂଘ ପକ୍ଷରୁ ଖଡ଼ିଆଳ ବ୍ଳକ ଘେରାଓ

Sunil Chandra Nayak

ଗୋବିନ୍ଦପୁର ସାପ୍ତାହିକ ହାଟ ଠାରେ ଜଳଛତ୍ର ର ଶୁଭାରମ୍ଭ

Sunil Chandra Nayak

ମୋଟା ଅଙ୍କର ଲୋଭ ଦେଖାଇ ଆଠ ଜଣ ଯୁବତୀଙ୍କୁ ଅପହରଣ ଅଭିଯୋଗ 

Sunil Chandra Nayak

Leave a Comment

error: Content is protected !!