ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟୀ ଶିକ୍ଷକଙ୍କୁ ଭାଵ ବିହ୍ଵଳିତ ସମ୍ବର୍ଦ୍ଧନା କଲେ ଏକ୍ସ କେଡର ଶିକ୍ଷକ ସଂଘ

କୋକସରା,୫/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ( ଏକ୍ସ କେଡର ) ପକ୍ଷରୁ ଗତ ୩୧ ତାରିଖରେ ଡହଗାଁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମଣ କୁମାର ରାଉତ ଚାକିରୀରୁ ଅବସର ନେଇଛନ୍ତି । ତାଙ୍କ ଉଦ୍ଦେଶ୍ୟରେ କୋକସରା ଉଚ୍ଚ ପ୍ରାଥମିକ ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମରେ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତୋଫାନ ମାଝୀ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସାଂଗଠନିକ ସଂପାଦକ ୟୁପିଟିଏଫ ସତ୍ୟବାନ ପାଣିଗ୍ରାହୀ, ସମ୍ମାନୀୟ ଅତିଥୀ ଭାବେ ଜିଲ୍ଲା ସଂପାଦକ ୟୁପିଟିଏଫ କଳାହାଣ୍ଡି ବୈକୁଣ୍ଠ ଜାଲ, ଜିଲ୍ଲା ସହ ସଂପାଦକ ( ଏକ୍ସକେଡର ) ରଂଜିତ କୁମାର ଖମାରୀ, ସମ୍ମାନୀୟ ଅତିଥି ରୁପେ ମଞ୍ଚାସୀନ ରହି ଶ୍ରୀ ରାଉତ ଭଳି ଜଣେ ଛାତ୍ର ବତ୍ସଳ, ନିଷ୍ଠାପର, କର୍ମଠା ଶିକ୍ଷକଙ୍କୁ ଆଜି ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେବା ଅବସରରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଭାବ ବିହ୍ଵଳ ହୋଇ ବିଦାୟ ଜଣାଇବା ସହ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ। ଶିକ୍ଷକ ଈଶ୍ବରୀ ପ୍ରସାଦ ଅଗସ୍ତି ମଞ୍ଚ ପରିଚାଲନା କରିଥିଲେ । କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଦେବିସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିବା ବେଲେ ଅନ୍ୟ ମାନଙ୍କ ମଧ୍ୟରେ ସୁଜାତା ଜାଲ ପଞ୍ଚାନନ ମାଝୀ, ତ୍ରିନାଥ ବାଗ, ସନାତନ ପଣ୍ଡା, ତୁଲସୀରାମ ପଟେଲ, ପରମେଶ୍ବର ପଟ୍ଟନାୟକ, କ୍ଷୀରୋଦ କୁମାର ପଣ୍ଡା ତଥା ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ହୋଇ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ସେଁପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସବ

Sunil Chandra Nayak

ବ୍ଳକ ସ୍ତରୀୟ ବିଦ୍ୟାଳୟ ସମୂହ ଖେଳ ଓ ଦୌଡକୁଦ ପ୍ରତିଯୋଗୀତା ଉଦଘାଟିତ 

Sunil Chandra Nayak

ଅଗ୍ରଗାମୀ ଦ୍ଵାରା ଓଡିଶା ମିଲଟ୍ସ ମିଶନ ସଚେତନତା କାର୍ଯ୍ୟକ୍ରମ         

Sunil Chandra Nayak

Leave a Comment

error: Content is protected !!