ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଗସ୍ତରେ ଏମ.ଏମ. ଏସ.ୟାଇ. ଉପଦେଷ୍ଟା ଅଧିକାରୀ

ବନ୍ଧୁଗାଁ ତା,୬/୬/୨୩, // ରାୟଗଡା ଜିଲ୍ଲା କଲୋନାର ବ୍ଲକର ଚାରିଗୋଟି ପଞ୍ଚାୟତର କୁମାର ଧାମଣି ଠାରୁ ବେଟିଆ ପୋଡା ଥେରୁବାଲି ପର୍ଯ୍ୟନ୍ତ ରାସ୍ତା ୧୫.୬୦୦.କିମି ପିଚୁ ସହ ୧୫.୪୬୦ କି.ମି. କଂକ୍ରିଟ ରାସ୍ତା ଓ ୧୪୦ କିମି ଅଟକଳ ପରିମାଣ ଟଙ୍କା ୯ କୋଟି ୨୨.୮୭.୨୪୮ ଲକ୍ଷ ବ୍ୟୟରେ ନିର୍ମିତ କାର୍ଯ୍ୟକୁ ପାଞ୍ଚ ବର୍ଷର ରକ୍ଷଣ ବେକ୍ଷଣର ଅଟକଳ ଟଙ୍କା ୪୬.୧୨.୩୩୩ ଟଙ୍କା କାରାଯାଇଅଛି I ଏହି କାର୍ଯ୍ୟର ଆରମ୍ଭ ୧୦:୬:୨୨ ରେ ଆରମ୍ବ ହୋଇ ୯:୬:୨୩ ଶେଷ ତାରିଖ ତାରିଖ ଧାର୍ଯ୍ୟ କୋରାଯାଥିଲା I ଏହି କାର୍ଯ୍ୟକୁ ଆଜକୁ ଦଶ ଦିନ ପୂର୍ବେ ଠିକାଦାର ମନୋଜ କୁମାର ନାୟକ କାର୍ଯ୍ୟ ଟିକୁ ଶେଷ କରିଥିବାରୁ ଉକ୍ତ କାର୍ଯ୍ୟକୁ ତଦାରଖ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ଉପଦେଷ୍ଟା ଶ୍ରୀମତି ସବିତା ମହାପାତ୍ର ଓ ଆର.ଡ଼ି.ଏକଜୁନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, କୋଳନରା ବ୍ଲକର ଆର. ଡ଼ି. କନିଷ୍ଟ ଯନ୍ତ୍ରୀ ଶ୍ରୀ ଦିଲ୍ଲୀପ ରାଉତ ରାଇ ପ୍ରମୁଖ ଉପସ୍ଥିତ ରହି ରାସ୍ତା ଓ ଲୋକଙ୍କର କିଛି ବିଶୟ ସ୍ଥିତି ପଚାରି ବୁଝିଥିଲେ I ଅଞ୍ଚଳର ଚାରିଗୋଟି ଗ୍ରାମ ଦେଇ ଚାଲିଥିବା ଗ୍ରାମରେ ରାସ୍ତା ଘାଟ ନଥିବାରୁ ସ୍ୱାସ୍ତ୍ୟ କେନ୍ଦ୍ର ଓ ପିଲାଙ୍କ ପାଠ ପଢା ପାଇଁ ସ୍କୁଲ ଯିବା ଅସୁବିଧା ହୋଉଥିଲା, ବର୍ତ୍ତମାନ ଲୋକେ ରାସ୍ତା     ହେବାରୁ ପୂର୍ବ ଅପେକ୍ଷା ବହୁତ ସୁବିଧା ପାଇ ପାରୁଛୁ ବୋଲି ଚାରିଗୋଟି ଗ୍ରାମ ବାସି ରାଜ୍ୟରୁ ଆସିଥିବା ଅଧିକାରୀଙ୍କ ସାମନ୍ନାରେ ମନ୍ତବ୍ୟ ରହିଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ଉପଦେଷ୍ଟା ଶ୍ରୀମତି ମହାପାତ୍ର ଲୋକଙ୍କ କଥା ଶୁଣି ବହୁତ ଖୁସି ହୋଇଥିଲେ I ଶ୍ରୀମତି ପାତ୍ର ରାସ୍ତା କାର୍ଯ୍ୟ ଦେଖି ବହୁତ ଖୁସି ହେବା ସହ ଠିକାଦାର ଓ ଅଞ୍ଚଳବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଓଡ଼ିଶା ରତ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହେଲେ ଜଣାଶୁଣା କଳାକାର ସୁପ୍ରିତ୍ ସନ୍ତୋଷ ବଛା

Sunil Chandra Nayak

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ ୩୪ ଯୋଡି ଙ୍କ ସାମୁହିକ ବିବାହ

Sunil Chandra Nayak

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

masiha

Leave a Comment

error: Content is protected !!