ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ଯୁବତୀ ଉଦ୍ଧାର

ପାପଡାହାଣ୍ଡି,6/6, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତ ଲହରାକାନି ଅଞ୍ଚଳରୁ ଜଣେ ନିଖୋଜ ଯୁବତୀକୁ ମଙ୍ଗଳବାର ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ସୂଚନା ମୁତାବକ ଗତ 27 ତାରିଖ ଦିନ ସୁବାସିନୀ ଗରଡ଼ା ନିଖୋଜ ହେବା ପରେ ଏ ନେଇ ବାପା ଭୂଷଣ ଗରଡ଼ା 28 ତାରିଖରେ ଥାନାରେ ଏତଲା ଦେଇଥିଲେ | ପୋଲିସ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା | ହାଇଦ୍ରାବାଦରୁ ଫେରି ଯୁବତୀ ଜଣକ ନବରଙ୍ଗପୁର ଚାମୁରିଆଗୁଡାରେ ଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଦୀପକ ଜେନାଙ୍କ ନେତୃତ୍ୱରେ ଏସଆଈ ଶିବଜି ପଣ୍ଡା ଯୁବତୀ ଉଦ୍ଧାର କରିଥିଲେ | ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | କେସ ନମ୍ବର 9/23 ରେ ମାମଲା ରୁଜୁ ହୋଇଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ,କଟକ ଠାରେ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଶିକ୍ଷକ ଦକ୍ଷତା ବୃଦ୍ଧି କର୍ମଶାଳା 

masiha

ଜୀବ ପ୍ରତି ନିଷ୍ଟୁର ନ ହୋଇ ଦୟା ଦେଖାଇବା ଦରକାର

Sunil Chandra Nayak

ଲାଞ୍ଜିଗଡ ବ୍ଲକରେ ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା କରିବା ପାଇଁ “ମୁଇଁ କଳାହାଣ୍ଡିଆ ଫର କଳାହାଣ୍ଡି” ସଙ୍ଗଠନର ଦସ୍ତଖତ ଅଭିଯାନ

masiha

Leave a Comment

error: Content is protected !!