ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଦୁର୍ଘଟଣାରେ ଆହତଙ୍କ ପାଇଁ ରକ୍ତଦାନ କଲା ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନା

ବାଲେଶ୍ଵର,୦୭/୬/୨୩- ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ଓ ବଜରଙ୍ଗ ସେନାର ମିଳିତ ସହଯୋଗରେ ଗତ ମଙ୍ଗଳବାର ଦିନ ରଘୁ ନାରାୟଣ ହାଇସ୍କୁଲ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ସିମୁଳିଆ ଥାନାର ଭାର ପ୍ରାପ୍ତ ଅଧିକାରୀ ଅଜୟ କୁମାର ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ ରକ୍ତଦାତାଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ଦୁଇ ସ୍ବେଚ୍ଛାସେବୀ ସଂଗଠନର ପ୍ରତିଷ୍ଠାତା, ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଏବଂ ମୁଖ୍ୟ ପରାମର୍ଶ ଦାତା, ପରାମର୍ଶ ଦାତା ଏବଂ ମୁଖ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ୧୦୦ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତଦାନ ଶିବିରକୁ ସଫଳ କରିଥିଲେ । ସଂଗଠନ ପକ୍ଷରୁ ବାର୍ତ୍ତା ଥିଲା ଏହି ରକ୍ତଦାନ ଅନ୍ୟର ଜୀବନ ବଞ୍ଚାଇଲେ ସିମୁଳିଆବାସୀ ନିଶ୍ଚିତ ଭାବେ ଗର୍ବିତ ହେବେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ନିଶୁଳ୍କ ଆଣ୍ଠୁଗଣ୍ଠି ରୋଗ ପରୀକ୍ଷା ଶିବିର

Sunil Chandra Nayak

ଆୟୁଷମାନ ଫାଉଣ୍ଡେସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!