ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା ପ୍ରସଙ୍ଗରେ ବିରୋଧୀ ରାଜନୈତିକ ଦଳ ତରଫରୁ ଜୁନ୍ ୧୨ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ସୁପ୍ରିମ କୋର୍ଟ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ ଆଇ ଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣା ର ତଦନ୍ତ, କେନ୍ଦ୍ର ସରକାରଙ୍କ ହାତ ବାରିସୀ ସାଜି ଲୋକଙ୍କର ବିଶ୍ୱାସ ହରାଇଥିବା ସି ବି ଆଇ ତଦନ୍ତ କୁ ପ୍ରତ୍ୟାହାର କରିବା, ରେଳ ଦୁର୍ଘଟଣା ର ନିରପେକ୍ଷ ତଦନ୍ତ ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୈତିକତା ଦୃଷ୍ଟି ରୁ ତୁରନ୍ତ ଇସ୍ତଫା,ସମସ୍ତ ମୃତକ ମାନଙ୍କର ନାମ ତାଲିକା ଫଟୋ ସହିତ ସାର୍ବଜନୀନ ଭାବେ ସବୁ ଭାଷା ର ଦୈନିକ ଖବର କାଗଜରେ ପ୍ରକାଶ କରିବା ଏବଂ ମୃତକଙ୍କୁ ଚି଼ହ୍ନଟ ପ୍ରକ୍ରିୟା ସରଳୀକରଣ, ପ୍ରତ୍ୟେକ ମୃତକ ପରିବାର କୁ ତତକ୍ଷଣାତ ୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ,ସମସ୍ତ ଆହତ ମାନଙ୍କୁ ଉନ୍ନତ ଏବଂ ଅତ୍ୟାଧୁନିକ ମାଗଣା ଚିକିତ୍ସା ପ୍ରଦାନ କରିବା ସହିତ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ବଞ୍ଚିବା ପାଇଁ ଆର୍ଥିକ ସହାୟତା ପ୍ରଦାନ,ପ୍ରତ୍ୟେକ ମୃତକ ପରିବାର ଏବଂ ଗୁରୁତର ଆହତ ହୋଇ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ପ୍ରତ୍ୟେକ ପରିବାର ର ଜଣେ ସଦସ୍ୟଙ୍କୁ ନିଯୁକ୍ତି, ରେଳ ବିଭାଗ ରେ ଖାଲି ପଡ଼ିଥିବା ୩ ଲକ୍ଷ ୧୨ ହଜାର ପଦବୀ ଅବିଳମ୍ବେ ପୂରଣ କରିବା, ରେଳ ବ୍ୟବସ୍ଥା ର ସାମଗ୍ରିକ ଭିତ୍ତିଭୂମି ର ବିକାଶ, ରେଳ ଧାରଣା ର ରକ୍ଷଣା-ବେକ୍ଷଣ, ଆସନ୍ନ ଦୁର୍ଘଟଣା ରୋକିବା ପାଇଁ ଅତ୍ୟାଧୁନିକ କାରିଗରୀ କୌଶଳ “କବଚ” ବ୍ୟବହାର କରିବା ଘରୋଇକରଣ ପ୍ରକ୍ରିୟା ବନ୍ଦ,ରେଳ ଯାତ୍ରା ରେ ସବୁ ଯାତ୍ରୀଙ୍କ ନିରାପତ୍ତା, ପାନୀୟ ଜଳ, ଉନ୍ନତ ପାଇଖାନା,ସଫେଇ ବ୍ୟବସ୍ଥା, ଖାଦ୍ୟ ସାମଗ୍ରୀ ର ଗୁଣ ବୃଦ୍ଧି,ସ୍ୱାସ୍ଥ୍ୟ ବ୍ୟବସ୍ଥା,ଲୋକ ରନିଙ୍ଗ ଷ୍ଟାଫ, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫଙ୍କ କାର୍ଯ୍ୟ ସମୟ କମାଇବା ଇତ୍ୟାଦି ଉପରେ ବିଶେଷ ଧ୍ୟାନ ଦେଇ ବଜେଟ ରେ ଅର୍ଥ ବିନିଯୋଗ କରିବା,ସାଧାରଣ ଯାତ୍ରୀଙ୍କ ଯାତାୟତ ପାଇଁ ଅଧିକ ରୁ ଅଧିକ ସ୍ଲିପର କୋଚ,ସାଧାରଣ କୋଚ ପ୍ରଚଳନ କରିବା ସହିତ ସୁଲଭ ମୂଲ୍ୟ ରେ ରେଳ ଯାତ୍ରା କରିବା ସୁବିଧା ଇତ୍ୟାଦି ଯୋଗାଇବା ପାଇଁ ବ୍ୟବସ୍ଥା କରିବା ଏବଂ ୨୦୧୪ ମସିହାରେ କେନ୍ଦ୍ର ରେ ଏନ ଡ଼ି ଏ ସରକାର କ୍ଷମତା କୁ ଆସିଲା ପରେ ରେଳବାଇ ର ଘରୋଇ କରଣ କରିବା ପାଇଁ ବିବେକ ଦେବରାୟ କମିଟି ର ସୁପାରିଶ ରେଳ ଭିତ୍ତିଭୂମି କୁ ବିପର୍ଯ୍ୟୟ ରେ ପରିଣତ କରିଛି l ରେଳବାଇ ର ଘରୋଇ କରଣ ରୋକିବା ପାଇଁ ତୁରନ୍ତ ଦେବରାୟ କମିଟି ସୁପାରିଶ କୁ ପ୍ରତ୍ୟାହାର କରିବା ପାଇଁ ଦାବି ରେ ଆଗାମୀ ୧୨ ଜୁନ୍ ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ଵର ଓ ରାଉରକେଲା ରେଳଷ୍ଟେସନ ଆଗରେ ବିକ୍ଷୋଭ, ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆହ୍ୱାନ କରାଯାଇଥିଲା ବେଳେ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆଜି ରାଉରକେଲା ଠାରେ ମିଳିତ ବିରୋଧୀ ରାଜନୈତିକ ଦଳ ଜାତୀୟ କଂଗ୍ରେସ,ସିପିଆଇଏମ୍, ସି ପି ଆଇ,ସି ପି ଆଇ -ଏମ୍ ଏଲ୍ (ଲିବେରେସନ) ଓ ଆମ୍ ଆଦମୀ ପାର୍ଟିର ଏକ ବୈଠକ ସିପିଆଇଏମ୍ ଜିଲ୍ଲା କାର୍ଯ୍ୟାଳୟ ଏକେଜି ଭବନ ଶକ୍ତିନଗର ଠାରେ ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜାତୀୟ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ବୀରେନ ସେନାପତି, ଆଇନଜୀବୀ ଗଣେଶ ପ୍ରଧାନ,ଯୁବ କଂଗ୍ରେସ ସଭାପତି ଜ୍ଞାନେନ୍ଦ୍ର ଦାସ,ଇସ୍ତେହର ମହମ୍ମଦ,ସି ପି ଆଇ ଜିଲ୍ଲା ସଂପାଦକ ପ୍ରଦୋଷ ମହାନ୍ତି, ସୁଶାନ୍ତ କୁମାର ଲେଙ୍କା, ସଂଜୟ ମହେସୁରୀ,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ସୁରେନ୍ଦ୍ର ମହାନ୍ତି, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଜୁନ ୧୨ ସକାଳ ୮ ଟା ରୁ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ରାଉରକେଲା ରେଳଷ୍ଟେସନ ଆଗରେ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବା ସହ ଏଆରଏମ୍ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ୧୧ ଦଫା ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ l

ଜୁନ ୧୨ ତାରିଖ ରେ ଏହି ଦାବୀ ନେଇ ଭୁବନେଶ୍ୱର ପୂର୍ବତଟ ରେଳପଥ ହେଡ଼ କ୍ୱାର୍ଟର, ବାଲେଶ୍ୱର ବ୍ରହ୍ମପୁର, ଏବଂ ରାଉରକେଲା ଥରେ ଅନୁରୂପ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଘୋଷଣା କରାଯାଇଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅନିଲ ହେଲେ ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ସାଂସଦ ଓ ଜିଲ୍ଲା କଂଗ୍ରେସର ନୂତନ ସଭାପତିଙ୍କ ଗସ୍ତ

ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!