ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଣେଶ୍ୱର କ୍ଲବ ଦ୍ଵାରl ବିଶ୍ୱ ପରିବେଶ ଦିବସ ପାଳିତ

ଢେ଼ଙ୍କାନାଳ/ହିନ୍ଦୋଳ (ମ ସୀ ହା) 06/06/2023 // ହିନ୍ଦୋଳ ଉପଖଣ୍ଡସ୍ଥ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଗଣେଶ୍ୱର କ୍ଲବ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି. ଉକ୍ତ ବୈଠକରେ ହିନ୍ଦୋଳ ବ୍ଲକର ତସିଲଦାର ସୁଶାନ୍ତ କୁମାର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ରାସୋଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଟି ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଅନୁଷ୍ଠାନର ସଭାପତି ଶ୍ରୀନିବାସ ମିଶ୍ର, ସମାଜସେବୀ ତଥା ଜିଲ୍ଲା ପରିବେଶ କେନ୍ଦ୍ରର ସଭାପତି ରତିକାନ୍ତ ଗଡନାୟକ , ନ୍ନବପଲି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ମାଝୀ, ଶିକ୍ଷାବିତ ବିନୟ କୁମାର ସାମଲ ,ବୁହାଳିପାଳ ପଂଚାୟତର ସରପଞ୍ଚ ଉଷାରାଣି ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l କୌଣସି ଜିନିଷ ଅଦରକାରୀ ନୁହେଁ, ତେଣୁ ପ୍ରତ୍ୟେକ ଜିନିଷକୁ କାଯ୍ୟକାରୀ କରିବା ଉଚିତ ବୋଲି ମୂଖ୍ୟ ଅତିଥି ତାଙ୍କ ବକ୍ତ୍ୟବରେ କହିଥିଲେ l ଏହି ଅବସରରେ ଶ୍ରଦ୍ଧା ଶକ୍ତି ସେବା ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀ,ସଭାପତି ନିରୁପମା ମିଶ୍ର ଏବଂ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ତତସହ 18ଟି ଉଚ୍ଚ ବିଦ୍ୟାଳୟର 10 ପରୀକ୍ଷାରେ A1 ଏବଂ A2ରେ ଉତୀନ୍ନ ହୋଇଥିବା 31 ଜଣ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ଗଣେଶ୍ୱର କ୍ଲବ ଦ୍ଵାରା ଗ୍ରାମ ସ୍ତରରେ ଚାଲୁଥିବା ଥିବା ଶିକ୍ଷା କେନ୍ଦ୍ରର ପିଲାମାନଙ୍କ ଦ୍ଵାରl ପରିବେଶ ସମ୍ବଦ୍ଧିୟ ଗୋଷ୍ଠୀଗତ ନୃତ୍ୟ, ବକୃତା ଏବଂ ଫ୍ୟାନସି ଡ୍ରେସ ପ୍ରତିଯୋଗିତା ଇତ୍ୟାଦି କାର୍ଯ୍ୟ କରାଯିବା ସହ ସମସ୍ତ ପିଲାଙ୍କୁ ଉପହାର ବଣ୍ଟନ କରାଯଇଥିଲା l ଅନୁଷ୍ଠାନର ସମ୍ପାଦକ ରାଜେନ୍ଦ୍ର କୁମାର ପାଳ ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଏବଂ ସମସ୍ତ କର୍ମୀ ଭାଇ ଭଉଣୀମାନଙ୍କ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସାମ୍ବିଧାନିକ ଓ ମାନବିକ ଅଧିକାର ପ୍ରାପ୍ତି ନିମନ୍ତେ ଓଡ଼ପଡ଼ା ବ୍ଲକ୍ ଠାରୁ ହିନ୍ଦୋଳ ବ୍ଲକ୍ ଯାଏଁ ବାଇକ୍ ରାଲି ଓ ଜନ ସମାବେଶ ଅନୁଷ୍ଠିତ

Sunil Chandra Nayak

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ, ଉଭୟ ଚାଳକ ସୁରକ୍ଷିତ 

Sunil Chandra Nayak

କେଗାଁ ଗ୍ରା.ପ ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!