ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ

ନବରଙ୍ଗପୁର–(ମସିହା) ନବରଙ୍ଗପୁର ଜିଲ୍ଲା କୃଷି କାର୍ଯ୍ୟାଳୟ ଓ ଜିଲ୍ଲା ପେଞ୍ଚକ୍ ସିଲଟ ଆସୋସିଏସନ୍ ତରଫରୁ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ତୃତୀୟ ଜିଲ୍ଲା ସ୍ତରୀୟ ପେଞ୍ଚକ୍ ସିଲଟ ଚମ୍ଫିୟନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଓ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଛାତ୍ରାବାସ ର ଅନ୍ତେବାସୀ ମାନେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଉପ କୃଷି ଅଧିକାରୀ ଶ୍ରୀ ଜି. ଭେଙ୍କେଟ ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ରାମ ପ୍ରସାଦ ପାତ୍ର, ଜିଲ୍ଲା କ୍ରୀଡ଼ା ସଂଘ ର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ଡି.ପି.ସି. ମୃତ୍ୟୁଞ୍ଜୟ ଖଣ୍ଡପାନ, ହିମାଂଶୁ ତୁରୁକ, ଶିକ୍ଷକ ଜେ. ମୁରଲୀ, ଉପସଭାପତି ରସାନନ୍ଦ ସତନାମୀ ଯୋଗ ଦେଇ ଥିଲେ । ନବରଙ୍ଗପୁର ଜିଲ୍ଲା କୁ ମାତ୍ର ପାଞ୍ଚ ବର୍ଷ ହେଲା ଏହି ପେଞ୍ଚକ୍ ସିଲଟ କ୍ରିଡ଼ା କୌଶଳ ଆସିଥିଲେ ମଧ୍ୟ ଏହି ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଦେଶ ବିଦେଶ କୁ ଯାଇ ଜିଲ୍ଲା ପାଇଁ ଗୋୖରବ ଆଣିଛନ୍ତି ବୋଲି ଅତିଥି ମାନେ କହିଥିଲେ। ଏହି କ୍ରୀଡା କୌଶଳ ଶିକ୍ଷା ଗ୍ରହଣ କରିଥିବା ବ୍ୟକ୍ତି ନିଜ ଆତ୍ମ ରକ୍ଷା ରେ ସହାୟକ ହେବା ସହ ଏହା ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିଥାଏ। ଏହା ଦ୍ବାରା ଭବିଷ୍ୟତ ରେ ସରକାରୀ ଓ ବେସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ପେଞ୍ଚକ୍ ସିଲଟ ଆସୋସିଏସନ୍ ର ସାଧାରଣ ସମ୍ପାଦକ ହରିଶ ଚନ୍ଦ୍ର ବେହେରା ପରିଚାଳନା କରିଥିଲେ। ଆନ୍ତର୍ଜାତିକ ମିଲେଟ ବର୍ଷ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ ଡାବୁଗାଁ ଡେମୋକ୍ରେଟିକ ଆକ୍ସନ ତରଫରୁ ମାଣ୍ଡିଆ ରେ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ର ଏକ ଷ୍ଟଲ୍ ଖୋଲାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ:ଧାନ ମଣ୍ଡି ଶୀଘ୍ର ଚାଲୁ କରିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବିପତ୍ର ପ୍ରଦାନ

masiha

ଜୟ କିଷାନ ଫିଲିପ୍ସ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ଜାତୀୟ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ 

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!