ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋଟର ସାଇକେଲ ଦୁର୍ଘଟଣା, ୧ ମୃତ

ଡାବୁଗାଁ, ୮/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ | ସୂଚନାଯୋଗ୍ୟ:- ଗୁରୁବାର ଅପରାହ୍ନରେ ଡାବୁଗାଁ ଥାନା ଅଧୀନ ବାନୁଆଗୁଡା ଗ୍ରାମର ରାଜୀବ ଗୌଡ ଓ ଚନ୍ଦନ ଗୌଡ ଏକ ମୋଟରସାଇକେଲ ନଂ ଓଡି ୧୦ ଜି ୦୫୫୬ ଯୋଗେ ଘରୁ ବାହାରି ଡାବୁଗାଁ କୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ମୋଟରସାଇକେଲ ନଂ ଓଡି ୨୪ ଜି ୭୩୭୩ ରେ ସେହି ଗ୍ରାମର କୁବେର ଗୌଡ ଘରକୁ ଫେରୁଥିଲେ | ସେହି ସମୟରେ ଗ୍ରାମ ନିକଟ ନର୍ସରୀ ରାସ୍ତା ର ବୁଲାଣି ଉପରେ ଉଭୟ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା | ଫଳରେ ଉଭୟ ଗାଡିରେ ଥିବା ଯୁବକ ମାନେ ତଳେ ପଡି ଆହତ ହୋଇଥିଲେ | ୩ ଜଣଙ୍କ ମଧ୍ୟରୁ ରାଜୀବ ଗୌଡ (୩୦)ଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରଯାଇଥିଲା | ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ସ୍ତ୍ରୀ ପନିତା ଗୌଡ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ | ଏନେଇ ଥାନା କେସ ନଂ ୧୧୩/୨୩ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଆମ ଲକ୍ଷ୍ୟ – ମୁଖ୍ୟମନ୍ତ୍ରୀ 

Sunil Chandra Nayak

ମଦ ଜବତ: ୨ ଗିରଫ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!