ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝିପାଵନ୍ଧରେ କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ 

ମୟୂରଭଞ୍ଜ- ୧୦/୬ (ମସିହା)ସମଗ୍ର ଦେଶରେ ଜି-୨୦ ଜନଭାଗିଦାରୀ କାର୍ଯ୍ୟକ୍ରମ ଅଵସରରେ ସମସ୍ତ ରାଜ୍ୟ , ଜିଲ୍ଲା, ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଶୁକ୍ରବାର ଦିନ କୁସୁମି ବ୍ଳକର ଝିପାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟଳ ସ୍ତରୀୟ ଜନଭାଗିଦାରୀ ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ ସିଆରସିସି ଅବିନାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏବଂ ମୁଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ଜଳେଶ୍ବରୀ ମହାନ୍ତଙ୍କ ସମେତ ସମସ୍ତ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ସମସ୍ତ ଛାତ୍ରଛାତ୍ରୀ ସ୍କୁଲରେ ଯେଭଳି ସବୁଦିନ ଉପସ୍ଥିତ ହେବେ ଏବଂ ସେମାନଙ୍କ ଦକ୍ଷତା କିଭଳି ବୃଦ୍ଧି ପାଇବ ସେଥିପ୍ରତି ଯତ୍ନଶୀଳ ହେବାକୁ ଶପଥ ପାଠ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ପକ୍ଷରୁ ନିରାଡମ୍ବର ଭାବେ ସାନ୍ତାଳୀ ଭାଷା ଦିବସ ପାଳିତ

Sunil Chandra Nayak

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

Leave a Comment

error: Content is protected !!