ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବ୍ୟାଙ୍କ ଆସିଷ୍ଟାଣ୍ଟଙ୍କ ଅଫିସ୍ ସମେତ ୪ଟି ଜାଗାରେ ଏକକାଳୀନ ଭିଜିଲାନ୍ସ ଚଢଉ

ନୂଆପଡ଼ା- ୧୨/୬ // ସୋମବାର ସକାଳୁ ଓଡ଼ିଶା ଭିଜିଲାନ୍ସ ଜାଲରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କୋମନା ଶାଖାର ବ୍ୟାଙ୍କ ଆସିଷ୍ଟାଣ୍ଟ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନୂଆପଡ଼ା ଜିଲ୍ଲା କୋମନା ଶାଖାର ବ୍ୟାଙ୍କ ଆସିଷ୍ଟାଣ୍ଟ ପ୍ରଦୀପ କୁମାର ଚନ୍ଦ୍ରକାର ଙ୍କ ଘର ସମେତ ୪ଟି ଜାଗାରେ ଆଜି ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଅବ୍ୟାହତ ରହିଛି। ଭବାନୀପାଟଣାର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଙ୍କ ଦ୍ବାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲା ବେଲଟୁକୁରି ଗାଁରେ ଅବସ୍ଥିତ ଶ୍ରୀ ଚନ୍ଦ୍ରକାର ଙ୍କ ଦୁଇ ମହଲା ବିଶିଷ୍ଟ ବାସଗୃହ, ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଦୁଇ ମହଲା କୋଠା, ସେଠାରେ ୩ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣାଧୀନ କୋଠା ଓ କୋମନାରେ ଥିବା ଭବାନୀପାଟଣା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶ୍ରୀ ଚନ୍ଦ୍ରକାର ଙ୍କ ଅଫିସ୍ ରୁମରେ ଚଢଉ କରୁଛି ଭିଜିଲାନ୍ସ ଟିମ୍। ଖବର ଲେଖା ହେବା ଯାଏଁ ସବିଶେଷ ତଥ୍ୟ ଜଣା ପଡିନାହିଁ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

Sunil Chandra Nayak

ଗୃହକର୍ତ୍ତା ଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତ କୋର୍ଟ ଚାଲାଣ,ଜଣେ ଫେରାର

masiha

ଅମ୍ବାଦଳା ପୁଲିସକୁ ମିଳିଛି ବଡ ସଫଳତା, ଆଲୁମିନା ପାଉଡର ଲୁଟ୍ ଗ୍ୟାଙ୍ଗର ୧୦ଗିରଫ ମୁଖ୍ୟ ଫେରାର

Sunil Chandra Nayak

Leave a Comment

error: Content is protected !!