ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୁଧା ଯୋଜନା କାହା ସ୍ୱାର୍ଥରେ ? ଜଳକଷ୍ଟ ଭୋଗୁଛନ୍ତି ପାରିଗଡ଼ ପଞ୍ଚାୟତର ପଦାସାହି ବାସିନ୍ଦା 

କନ୍ଧମାଳ,12/06.(ମନିସ): ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ତାପମାତ୍ର ୪୧ ଡିଗ୍ରୀରୁ ଅଧିକ ରହୁଥିବା ଜଣାପଡିଛି । ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଉଛି । ସକାଳ ୭ ଟା ରୁ ସନ୍ଧ୍ୟା ୬ ଘଣ୍ଟ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗରମ ହେଉଥିବା ବେଳେ ଦିନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରାସ୍ତ।ଘାଟ ଜନଶୂନ୍ୟ ହୋଇଯାଉଛି। ଖରା ଡରରେ ଲୋକେ ସେତିକି ଜରୁରୀ କାମ ନଥିଲେ ବାହାରକୁ ବାହାରୁନାହାନ୍ତି।ରାଜ୍ୟ ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ ପାରିଗଡ଼ ଗ୍ରାମ ପଞ୍ଚାୟତର ପଦାସାହିରେ ଅଦ୍ୟାବଧି ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ l ଯାହା ଫଳରେ ଉକ୍ତ ପଞ୍ଚାୟତରେ ଦୀର୍ଘ ଦିନ ହେଲାଣି ଜଳ କଷ୍ଟ ଦେଖାଦେଇଛି। ଅଞ୍ଚଳରେ ପିଇବା ପାଣିର ସୁବିଧା ଲାଗି ସରକାର ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ କରିବା ସହ ଘରକୁ ଘର ପାଇପ ବିଛା ଯାଇଛି । ହେଲେ ସେହି ପାଇପରେ ମୁନ୍ଦାଏ ପିଇବା ପାଣି ଆସୁ ନ ଥ‌ିବାରୁ ପଦା ସାହିୱାର୍ଡର ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏମିତି କି ମହିଳାମାନେ ପରିତ୍ୟକ୍ତ ବିଲ ଓ ଚୁଆ, ନାଳରୁ ପିଇବା ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ପରିବାରର ଛୋଟରୁ ବଡ଼ ଯାଏ ବିଭିନ୍ନ ପ୍ରକାର ରୋଗରେ ପଡୁଛନ୍ତି। ପିଇବା ପାଣିର ସୁବିଧା ଲାଗି ପଦାସାହି ଲୋକେ ବିଭିନ୍ନ ସମୟରେ ସ୍ଥାନୀୟ ସରପଞ୍ଚଠାରୁ କରି ବିଡିଓଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ ଆଜି ଯାଏ ଜଳକଷ୍ଟ ଦୂର ହୋଇ ପାରିନାହିଁ ବୋଲି ଗ୍ରାମର ଭୀମସେନ ପାତ୍ର, ଗଣେଶ ପାତ୍ର, ନିର୍ମଳ ପାତ୍ର, ତ୍ରିଲୋଚନ ପାତ୍ର ଓ ଭୀମ ପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଯୁଦ୍ଧକାଳୀନ ଭିର୍ତ୍ତି ରେ ପିଇବା ପାଣିର ସୁବିଧା କରା ନ ଗଲେ ବାଧ୍ୟହୋଇ ଅଞ୍ଚଳବାସୀ ରାସ୍ତାକୁ ଓଲ୍ହାଇବା ସହ ପାରିଗଡ଼ ପଞ୍ଚାୟତ ଅଫିସରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ସହକାରୀ କନିଷ୍ଠଯନ୍ତ୍ରୀ ଉଷାରାଣୀ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ସେ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

କନ୍ଧମାଳ ଜିଲ୍ଲା ରୁ ସଞ୍ଜୟ କୁମାର ପାଣିଗ୍ରାହି ଙ୍କ ରିପୋର୍ଟ 

Related posts

ରାଜପୁର ସାଧନ କେନ୍ଦ୍ରଠାରେ ଗୁରୁ ଦିବସ ପାଳିତ

masiha

ଶ୍ରୀ ରାମେଶ୍ଵର ମହାଦେବ ମନ୍ଦିର ର ୧୦ମ ରୁଦ୍ର ମହାଯଜ୍ଞ ଆସନ୍ତା ୧୮ରୁ…

masiha

ବିକାଶ ବାହାନ ଯାତ୍ରା ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!