ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ମଞ୍ଚର ମିଳିତ ଉଦ୍ୟମ ରେ ରକ୍ତଦାନ ଶିବିର ରେ 102 ୟୁନିଟ ରକ୍ତ ସଂଗ୍ରହ 

ପାଟଣାଗଡ଼ ମାରୱାଡ଼ି ପଞ୍ଚ।ୟତ ଧର୍ମଶାଳା ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ରକ୍ତଦାନ ଶିବିରକୁ ପାଟଣାଗଡ଼ ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ଶାଖା ମଞ୍ଚର ମିଳିତ ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜକ ମାରୱାଡ଼ି ଯୁବା ମଞ୍ଚର ସଭାପତି ଅଭିଷେକ ଅଗ୍ରୱାଲ ଓ ମହିଳା ଶାଖାର ସଭାପତି ମିନା ଅଗ୍ରୱାଲ ପ୍ରଥମେ ମୁଖ୍ୟ ଅତିଥି ଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ। ଏହି ରକ୍ତଦାନ ଶିବିର ରେ 102 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଯୁବାମଞ୍ଚ ର ନିତେସ ଅଗ୍ରୱାଲ ସଂଜୟ ଅଗ୍ରୱାଲ ଦିନୁ ଛପାଡ଼ିଆ ପ୍ରକାଶ ଗୋଏଲ ବିଶାଳ ଜୈନ ସୁଭମ ଅଗ୍ରୱାଲ ଅନୋଜ ଅଗ୍ରୱାଲ ସହ ସୁବର୍ଣ୍ଣରେଖା ମହିଳା ସମିତିର ନିଲମ ଅଗ୍ରୱାଲ ଶାରଦା ଗୋଏଲ ସିଲୁ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିବିରରେ କଳିଙ୍ଗବୈଶ୍ୟ ସମାଜର ମହିଳା ମାନେ ମଧ୍ୟ ଯୋଗ ଦେଇଥିଲେ। ଏହାକୁ ପାଟଣାଗଡ଼ ରକ୍ତ ଭଣ୍ଡାରର ଭୁଲା ସାମଲ ସଂଜୀବ ଯୋଶୀ ଅଜୟ କୁମ୍ଭାର ରୁଦ୍ରମଣି ଭୁଏ ରମେଶ ମିଶ୍ର ଏନ ରାଜେଶ୍ୱରୀ ଙ୍କ ତତ୍ୱବାବଧାନ ରେ ରକ୍ତ ସଂଗ୍ରହ କରାଯାଇଥିଲା।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related posts

ଜିଲ୍ଲା ସ୍ୱାସ୍ଥ୍ୟ ଟିମ ର ଗମ୍ବାରୀଗୁଡା ରେ ସ୍ଥିତି ଅନୁଧ୍ୟାନ

Sunil Chandra Nayak

ସ୍ବର୍ଗତ ସୂର୍ଯ୍ୟ କୁମାର ଘୋଷ ଙ୍କ ଏକାଦଶାହ ଉପଲକ୍ଷେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଟେମରା ଠାରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!