ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

ବାଲେଶ୍ଵର,୧୪/୬/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ହ୍ବାର୍ଟସପ୍ ଗୃପରେ ତା ୧୧/୬/୨୩ ରିଖ ଦିନ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ” କର୍ତ୍ତବ୍ୟ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୧୩ ଜଣ ସାହିତ୍ୟ ବନ୍ଧୁ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ କଲ୍ଯାଣୀ ହୋତା, ଜୟପୁର, କୋରାପୁଟ,ସଞ୍ଜୁକ୍ତା ଶତପଥୀ, ବ୍ରହ୍ମପୁର, ଗଞ୍ଜାମ, ସତ୍ୟ ସିଂ ବାଗ୍, ତେରେସିଂହା, କଳାହାଣ୍ଡି, ସଞ୍ଜୁକ୍ତା ସାହୁ, ରାହାମା, ଜଗତସିଂହପୁର, ଅରୁଣ କୁମାର ମହାପାତ୍ର, ଅଶ୍ବପୁରମ୍, ତେଲେଙ୍ଗାନା, ଲତା ବେହେରା, ଜକା, ଢେଙ୍କାନାଳ, ଧରିତ୍ରୀ ଦାସ, ଯାଜପୁର, ଶିବ ଶଙ୍କର ଭୂୟାଁ, ମୟୂରଭଞ୍ଜ, କବିତା ସାହୁ, ଜୟପୁର, କୋରାପୁଟ, ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା, ଝୁମୁରୀ ସାହୁ, ଖୋର୍ଦ୍ଧା, ମିନତୀ ଦାଶ, ବାରିପଦା, ମୟୂରଭଞ୍ଜ ଓ ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ଼ । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ଦକ୍ଷ ସମୀକ୍ଷିକା ତଥା ଝାରସୁଗୁଡ଼ା ଜିଲ୍ଲାର କବୟିତ୍ରୀ ମାଧୁରୀ ମିଶ୍ର । ଯେଉଁଥିରେ ସଞ୍ଜୁକ୍ତା ସାହୁ, ଜଗତସିଂହପୁର ଜିଲ୍ଲା ପ୍ରଥମ ସ୍ଥାନ, ଲତା ବେହେରା, ଢେଙ୍କାନାଳ ଦ୍ବିତୀୟ ସ୍ଥାନ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସୁନ୍ଦରଗଡ ଜିଲ୍ଲାର କବୟିତ୍ରୀ ରଞ୍ଜୁଲତା ପାଢ଼ୀ । ଏହି ଫଳାଫଳରେ ମୁଗ୍ଧ ହୋଇ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀର ସମାଜସେବୀ ମାନସ ରଞ୍ଜନ ମହାପାତ୍ର, ଯିଏ କି ସାହିତ୍ୟକୁ ଅତି ମାତ୍ରାରେ ଭଲ ପାଆନ୍ତି ସେ ୧୦୦(ଏକ ଶହ ) ଟଙ୍କା ପୁରସ୍କାର ସ୍ବରୂପ ପ୍ରଦାନ କରିଛନ୍ତି ପ୍ରଥମ ସ୍ଥାନ ଅଧିକାର କରିଥିବା ସଞ୍ଜୁକ୍ତା ସାହୁଙ୍କୁ । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ଏବଂ ପୁରସ୍କୃତ କରିଥିବା ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଲେଖା ଜାରି ରଖନ୍ତୁ, ଅନୁଷ୍ଠାନର ପ୍ରତ୍ୟେକ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ଦିନେ ଦିନେ ଭଗବାନ ସ୍ଥାନ ଦେବାରେ ଅବହେଳା କରିବେ ନାହିଁ ବୋଲି ଭରସା ଓ ବିଶ୍ୱାସ ରହିଛି ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀଙ୍କୁ ଧୈର୍ଯ୍ୟର ସହିତ ଅପେକ୍ଷା କରି କଲମ ଚାଳନା ଜାରି ରଖିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଶୀର୍ଷକ- ” କର୍ତ୍ତବ୍ୟ ” କୁ ନେଇ ସମସ୍ତେ ପ୍ରାୟ ଖୁବ୍ ସୁନ୍ଦର ରଚନା କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନସାଧାରଣଙ୍କୁ ମତଦାନ ସଚେତନତା କରିବା ନିମନ୍ତେ ଏକ ସାଇକଲ ରାଲି

masiha

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ପକ୍ଷରୁ ରକ୍ତଦାନ ଶିଵିର ପାଇଁ ପ୍ରସ୍ତୁତି : ସେପ୍ଟେମ୍ବର ୩ ରେ ରକ୍ତ ଦାନ 

Sunil Chandra Nayak

Leave a Comment

error: Content is protected !!