ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ପାଇଁ ଦାବିପତ୍ର ପ୍ରଦାନ

କୋକସରା,୧୪/୦୬ // ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ଜନସଂଖ୍ୟା ଅନୁପାତରେ ସଂରକ୍ଷଣ ଦାବିକୁ ନେଇ ବୁଧବାର କୋକସରା ବ୍ଲକ ନିକଟରେ ଓବିସି, ଏସ.ଟି, ଏସ.ସି ମିଳିତ ମହାସଂଘ କଳାହାଣ୍ଡି କୋକସରା ଶାଖା ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଦିଗାମ୍ବର ଦୁରିଆ, ଡମ୍ବରୁ ଧର ଲହଜଳ, ଡାକେଶ୍ୱର ଲହଜଳ, ଲିଙ୍ଗରାଜ ବେହେରା, କ୍ଷୀରସିନ୍ଧୁ ବୋଡକିଆ, ଦିଗାମ୍ବର ନାଗ , ଜୟହରି ପଟେଲ, କୃଷ୍ଣ ନାଏକ, ପ୍ରଧାନୀ ବାଗ, ତେଜରାଜ ଦୁରିଆ, ଗଜିନ୍ଦ୍ର ନାଗ, ଭୁବନେ ଦୁର୍ଗା, ଲଛମନ ନାଏକ, ରତନ ନାଏକ, ଜୟରାମ ମହାନନ୍ଦ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଓବିସି, ଏସ.ଟି, ଏସ.ସି ବର୍ଗ ପାଇଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ ଅଣଦେଖାକୁ ନେଇ ପ୍ରତିବାଦ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ବୃତ୍ତିଗତ ଓ ବୈଷୟିକ ଶିକ୍ଷା ସରକାରୀ ନିଯୁକ୍ତିରେ ଜନସଂଖ୍ୟା ଅନୁସାରେ ସଂରକ୍ଷଣ, ତୃତୀୟ, ଚତୁର୍ଥ ଶିକ୍ଷକ କିରାଣୀ ପଦବୀକୁ ଜିଲ୍ଲା ଭିତ୍ତିକ କରାଯିବା, ସିଟି, ବିଇଡି ଯୁକ୍ତ ୨ ଓ ଡିଗ୍ରୀ ମହାବିଦ୍ୟାଳୟରେ ୯୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଶିକ୍ଷାର ଘରୋଇକରଣ ବନ୍ଦ କରିବା, ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରତି ବ୍ଲକରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଆଵାସ କଲେଜ ଖୋଲାଯାଉ, ସିଟି, ସିୟୁସିଇଟି, ୟୁପିଏସସି, ଓପିଏସସି ପରୀକ୍ଷା ଜିଲ୍ଲା ସ୍ତରରେ କରାଯାଉ, ପ୍ରଶାସନିକ ସେବା ଚୟନ ପାଇଁ ପ୍ରତ୍ୟେକ ଜିଲ୍ଲା ର ୧୦୦ ଜଣ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ବ୍ୟବସ୍ଥା, ପ୍ରତିବର୍ଷ ରାଜ୍ୟ ସ୍ତରରେ ୧୦୦ ଜଣ ଓବିସି, ଏସ.ଟି, ଏସ.ସି ବର୍ଗର ଛାତ୍ରଛାତ୍ରୀଙ୍କୁ ବିଦେଶରେ ଅଧ୍ୟୟନ ବ୍ୟବସ୍ଥା ଭଳି ଦାବି କରାଯାଇଛି। ପରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଅନୁପସ୍ଥିତ ଥିବାରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ। କ୍ଷୀରସିନ୍ଧୁ ବୋଡ଼କିଆ ମଞ୍ଚ ପରିଚାଳନା କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ‘ସୁରଭି’ ଅନୁଷ୍ଠିତ 

Sunil Chandra Nayak

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

masiha

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!