ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିନି ୩ ମାସର ପିଡିଏସ ଚାଉଳ, ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଲେ ବାଟିଗୁଡା ହିତାଧିକାରୀ

କୋକସରା,୧୪/୬- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମର ୱାର୍ଡ଼ ନମ୍ବର ୧୧ ଓ ୧୨ ର ଶତାଧିକ ପିଡ଼ିଏସ ହିତାଧିକାରୀଙ୍କୁ ଗତ ୩ ମାସ ମାର୍ଚ୍ଚ, ଅପ୍ରେଲ ଓ ମେ।ମାସର ଚାଉଳ ପିଡ଼ିଏସ ଚାଉଳ ମିଳିନାହିଁ। ମୋଟେର ପଞ୍ଚାୟତରେ ଯୋଗାଣ ସହାୟକ ଥିବା ପରମାନନ୍ଦ ଧ. ମାଝୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜିକାଲି କହି ଦିନ ଗଡାଇ ଚାଲିଥିବା ବେଳେ ଚାଉଳ ଦେବାର ନା ଧରୁନାହାନ୍ତି। ଶେଷରେ ବାଧ୍ୟ ହୋଇ ମଙ୍ଗଳବାର ବାଟିଗୁଡା ଗ୍ରାମର ୨ ଗୋଟି ୱାର୍ଡ଼ ସଭ୍ୟା ବିଲାସ ଦଳପତି ଓ ଶକୁନ୍ତଳା ହାତୀ ସହିତ ଶତାଧିକ ମହିଳା ହିତାଧିକାରୀ ମାନେ କୋକସରା ବ୍ଲକକୁ ଆସି ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁଙ୍କୁ ଭେଟି ଯୋଗାଣ ସହାୟକଙ୍କ ନାମରେ ଅଭିଯୋଗ କରିବା ସହ ଯୋଗାଣ ସହାୟକ ଥିବା ପରମାନନ୍ଦ ଧ.ମାଝୀଙ୍କୁ ମୋଟେର ପଞ୍ଚାୟତରୁ ହଟାଇବା ପାଇଁ ଦାବି କରିଛନ୍ତି। କୋକସରା ବିଡ଼ିଓ ଅନୁପସ୍ଥିତ ଥିବାରୁ ଯୋଗାଣ ଅଧିକାରୀଙ୍କୁ ଭେଟି ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଏନେଇ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁଙ୍କୁ ପଚାରିବାରୁ ସମ୍ପୃକ୍ତ ଯୋଗାଣ ସହାୟକ ଚାଉଳ ଉଠାଇ ମଧ୍ୟ କାହିଁକି ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରି ନାହାଁନ୍ତି, ତଦନ୍ତ କରି ଯୋଗାଣ ସହାୟକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାସହ ହିତାଧିକାରୀଙ୍କୁ ୩ ମାସର ଚାଉଳ ଯୋଗାଣ କରାଯିବ ବୋଳି କହିଛନ୍ତି। ଅନ୍ୟପଟେ ଯୋଗାଣ ସହାୟକଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ।

ମସିହା ନିୟୁଜ ସର୍ଭିସ୍ 

Related posts

ଜିଲ୍ଲା ପରିଷଦ ଭବନରେ OSWAN ସମ୍ମିଳନୀ କକ୍ଷ ଓ ଓପନ୍ ଜିମ୍‌ ଉଦ୍‌ଘାଟିତ

Sunil Chandra Nayak

ଏକର ଏକର ଧାନ ଚାଷ ଉଜାଡି ଦେଲେ ଜଙ୍ଗଲୀ ବାରହା

Sunil Chandra Nayak

ଢେଙ୍କାନାଳର ସର୍ବ ପୁରାତନ ଶିକ୍ଷା କେନ୍ଦ୍ର ବାଣୀଶ୍ରୀ ଟ୍ୟୁ ଟରିଆଲ୍ ପରିସରରେ ବର୍ଣ୍ଣାଢ଼୍ୟ ୭୯ତମ ସ୍ଵାଧୀନତା ଦିବସ -୨୦୨୫ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!