ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ପଞ୍ଚାୟତ ସମିତି ବୈଠକ ରେ ଅନୁପସ୍ଥିତ ଥିବା ଅଧିକାରୀଙ୍କ ଦରମା ବନ୍ଦ ପାଇଁ ସରକାରଙ୍କ ଅବଗତି ପାଇଁ ପ୍ରସ୍ତାବ ଗୃହୀତ

ଗୋଲାମୁଣ୍ଡା,ତା.୧୬.୬( ନିର୍ଭୟ, ନିରପେକ୍ଷ ମସିହା )ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭା ଗୃହଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଡିଓ ଶ୍ରୀଧର ପଣ୍ଡା,ତହସିଲଦାର ଅଶୋକ ପଟ୍ଟନାୟକ,ଉପାଧ୍ୟକ୍ଷା ପଞ୍ଚମୀ ଦୀପ,ସାଂସଦ ପ୍ରତିନିଧି ଭାଗ୍ୟବାନ ବାଗ,ସହକାରୀ ନିର୍ବାହୀ ଯନ୍ତ୍ରୀ ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୨୮ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ପାନୀୟ ଜଳ,ଶିକ୍ଷା,ବିଜୁଳି, ସମ୍ମନିତ ଶିଶୁ ବିକାଶ ଯୋଜନା,ଉନ୍ନତି ମୂଳକ,ମନରେଗା,ଯୋଗାଣ ବିଭାଗ,ଆଇନ ଶୃଙ୍ଖଳା, ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ୍ତ ବିଭାଗ, ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଏହି ସମୟରେ ଗ୍ରାମ ମାନଙ୍କରେ ଥିବା ସମସ୍ୟା ସବୁକୁ କିପରି ଶିଘ୍ର ସମାଧାନ କରାଯିବ ଏନେଇ ଉପସ୍ଥିତ ଥିବା ସମସ୍ତ ବିଭାଗର କର୍ମଚାରୀ ମାନଙ୍କୁ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଵିଭାଗ ର ଅଧିକାରୀ ଅନୁପସ୍ଥିତ ଥିଲେ ସେହି ବିଭାଗର ଆଲୋଚନା ସଫଳ ଭାବରେ ହୋଇ ପାରି ନ ଥିବାରୁ ସର୍ବ ସମ୍ମତି କ୍ରମେ ସେମାନଙ୍କ ଦରମା ବନ୍ଦ କରିବା ପାଇଁ ରାଜ୍ୟ ସରକାର, ୫ଟି ସଚିବ,ମୁଖ୍ୟ ଶାସନ ସଚିବ,ବିଭାଗୀୟ ସଚିବ ଓ ବିଭାଗୀୟ ମନ୍ତ୍ରୀ,ଜିଲ୍ଲାପାଳ ଙ୍କୁ ନିର୍ଦ୍ଧାରଣ କରି ପଠେଇବାକୁ ରେଜୁଲେଶନ୍ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଲବଣି ନାଏକ, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ରମିତ ପ୍ରଧାନ, ମନରେଗା ସହାୟକ କ୍ଷେତ୍ର ମୋହନ ମାଝୀ,ସିଡିପିଓ ପ୍ରିୟମଞ୍ଜରୀ ସାହୁ ଙ୍କ ସମେତ ପ୍ରାୟ ପଦାଧିକାରୀଙ୍କ ସମତେ ବ୍ଲକରେ କାର୍ଯ୍ୟରତ ସମସ୍ତ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ,ହେଲେ ଦଶଟି ବିଷୟ ଉପରେ ଆଲୋଚନା ହୋଇଥିଲା ବେଳେ ଭତା ସମ୍ପର୍କରେ ବୋଧେ ଭୁଲି ଯାଇ ଥିବେ, ଯେହେତୁ ବୃଦ୍ଧ,ବୃଦ୍ଧାଙ୍କ ଭତାରେ ଯେଉ ସମସ୍ୟା ସୃଷ୍ଟି ହେଉଛି ଯାହାର ଫଳ ସ୍ୱରୂପ ଫରଙ୍ଗ ପଞ୍ଚାୟତରେ ପାଞ୍ଚ ମାସର ଭତା ପାଇଁ ଜଣେ ବୃଦ୍ଧାର ମୃତ୍ୟୁ ବରଣ ହୋଇଥିଲା ବୋଲି ପରିବାରଙ୍କ ପକ୍ଷରୁ ପ୍ରକାଶ କରିଥିଲେ, ପୁଣି ସେହି ପଞ୍ଚାୟତରେ କଳାହାଣ୍ଡି ସାଂସଦ ଙ୍କ ପ୍ରତିନିଧି ଯୋଗ ଦେଇଥିଲେ, ଏହା ଉପରେ ବୋଧେ ଆଲୋକପାତ ହୋଇ ନ ଥିବାରୁ ବୁଦ୍ଧି ଯିବି ମହଲରେ କ୍ଷୋଭ ପ୍ରକାଶ ପାଇଛି,ଯେହେତୁ କୌଣସି କର୍ମଚାରୀଙ୍କ ଅନୁପସ୍ଥିତରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି, ତେବେ ବୃଦ୍ଧାର ମୃତ୍ୟୁ ପାଇଁ କାହାକୁ ଦାୟୀ କରିବେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣାଗ୍ରସ୍ତ : ଚାଳକ ଗୁରୁତର

Sunil Chandra Nayak

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳିତ 

masiha

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୫ ପାଳିତ ଓ ନିର୍ବାଚନ ଅନୁଷ୍ଠିତ 

masiha

Leave a Comment

error: Content is protected !!