ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଆପାଳ ସ୍ୱାଭିମାନ ମଞ୍ଚର ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ହୋଟେଲ ଶୁଭମ ପରିସରରେ ତା ୧୬/୬/୨୩ ରିଖ ଦିନ ବାଲିଆପାଳ ସ୍ୱାଭିମାନ ମଞ୍ଚ ତରଫରୁ ବନ୍ଧୁମିଳନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବାଲିଆପାଳ ଅଞ୍ଚଳର ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ସୁପୁତ୍ର ତଥା ସମାଜସେବୀ ସତ୍ୟକାମ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଦୈନିକ ଓଡ଼ିଆ ଖବର କାଗଜର ସମ୍ପାଦକ ଶୁଭେନ୍ଦୁ ଦାସ, ବରିଷ୍ଠ ଗଣିତ ଅଧ୍ୟାପକ, କବି, ଲେଖକ ସୁକାନ୍ତ ଗିରି, ଅବସରପ୍ରାପ୍ତ ବରିଷ୍ଠ ଅଧ୍ୟାପକ କୁଞ୍ଜକାନ୍ତ ପାତ୍ର, ଯୁବ କଂଗ୍ରେସ ନେତା ବିକ୍ରମ ପଣ୍ଡା ଓ ବାଲିଆପାଳ ପ୍ରେସ କ୍ଲବର ସଭାପତି ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ସାମ୍ବାଦିକ, ସମାଜସେବୀ ଏବଂ ବାଲିଆପାଳ ଅଞ୍ଚଳର ବହୁ ଯୁବକ ଅଂଶଗ୍ରହଣ କରିଥିଲେ । ସମାଜସେବୀ ସଞ୍ଜୟ ପରିଡା, ଗୌତମ ପରିଡା, ସୂଚନା ଅଧିକାର କର୍ମୀ ରାଜକିଶୋର ପାତ୍ର ବାଲିଆପାଳ ଅଞ୍ଚଳରେ ଧୀରେ ଧୀରେ ଶିକ୍ଷିତ ବେକାରୀ ବଢିବା, ଡଗରା ବେଳାଭୂମିର ଉନ୍ନତି କରଣ ଏବଂ ରାସ୍ତା ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ । ବାଲିଆପାଳ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି ଏବଂ ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ବିଷୟରେ ଆୟୋଜିତ ସଭାରେ ଅତିଥି ମାନେ ଆଲୋଚନା କରିବା ସହିତ ଏହାର ନିରାକାରଣ ନିମନ୍ତେ ଯୁବବର୍ଗକୁ ଏକତ୍ରିତ ହୋଇ ଲଢେ଼ଇ କରିବା ପାଇଁ ଅତିଥିଙ୍କ ସହିତ ବହୁ ଅଂଶଗ୍ରହଣ କାରୀମାନେ ମତାମତ ରଖିଥିଲେ l ବିକ୍ରମ ଦେ, ରିଙ୍କୁ ରଞ୍ଜନ, ଅରୁଣ ମହାନ୍ତି, ବାପି ସିଂ, ମନୋଜ ଜେନା, ପ୍ରଦୀପ ଜେନା, ରାଧାକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶାର ବିମାନ ଚଳାଚଳ ଭିତ୍ତିଭୂମିକୁ (Civil Aviation) ବିଶ୍ୱସ୍ତରୀୟ କରାଯିବ

masiha

ଗୋରୁମହିଷାଣୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟାଟା ଫାଉଣ୍ଡେସନ ତରଫରୁ ନୂତନ ବିଜ୍ଞାନ ପ୍ରୟୋଗ ଶାଳା ଲୋକାର୍ପିତ 

Sunil Chandra Nayak

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

masiha

Leave a Comment

error: Content is protected !!