ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା 

ଭବାନୀପାଟଣା ତା ୧୭.୬.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଏବଂ ଶ୍ରୀ ତନ୍ମୟ କୁମାର ଦରୱାନ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ରେ ବିକାଶ ଜିଏନଏମ ଟ୍ରେନିଙ୍ଗ କେନ୍ଦ୍ରର ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ, ଅଙ୍ଗନବାଡ଼ି କର୍ମୀ, “ଶକ୍ତି” କର୍ମକର୍ତ୍ତା, ୟୁନି ସେଫ୍ ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ,ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଶୋଭାଯାତ୍ରା ରେ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ସଚେତନତା ସ୍ଲୋଗାନ ଦିଆଯାଇଥିଲା।ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ଲକ୍ଷ୍ୟ ଧା ର୍ଯ୍ୟରେ ଏହି ସଚେତନତା ବାର୍ତ୍ତା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ସଚେତନତା ଶୋଭାଯାତ୍ରାରେ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ୍ ମାଝୀ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସ୍ୟେଲନ୍ଦୁ ମହାପାତ୍ର, ୟୁନୀ ସେଫ୍ କର୍ମଚାରୀ ଶ୍ରୀ ଦିବ୍ୟ ରଞ୍ଜନ ଯୋଶୀ,ଶିଶୁ ସୁରକ୍ଷା ୟୁନିଟ ର ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଆଇନଜୀବୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ବିଶିଷ୍ଟ ସାହିତ୍ୟିକ ମନୋରଂଜନ ନନ୍ଦ ଆଉ ନାହାନ୍ତି

Sunil Chandra Nayak

ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ 

Sunil Chandra Nayak

Leave a Comment

error: Content is protected !!