ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ, ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ପାପଡାହାଣ୍ଡି,21/06, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସଞ୍ଜବତୀ ପରିଡା ଙ୍କ ମନମୁଖୀ କାର୍ଯ୍ୟ ରେ ଅତିଷ୍ଟ ହୋଇ ବୁଧବାର ବିଦ୍ୟାଳୟ ରେ ତାଲା ଠୁଙ୍କିଲେ ଗ୍ରାମବାସୀ | ପ୍ରାୟ 3 ଘଣ୍ଟା ଧରି ବିଦ୍ୟାଳୟ ବନ୍ଦ ରହିବା ପରେ ପ୍ରଶାସନ ତରଫରୁ ପ୍ରତିଶୃତି ମିଳିବା ପରେ ବିଦ୍ୟାଳୟ ଖୋଲା ହୋଇଥିଲା | ଦାବି ପୁର୍ଣ ନହୁଏ ତେବେ ପୁନଃରବାର ବିଦ୍ୟାଳୟ ବନ୍ଦ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି | 

ସୂଚନା ଅନୁଯାୟୀ ଚେରଚେଟା ପ୍ରାଥମିକ ବିଦ୍ୟଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 268 ଛାତ୍ରୀ ଛାତ୍ର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନବମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ 180 ଛାତ୍ରୀ ଛାତ୍ର ପାଠ ପଡୁଛନ୍ତି | .ତେବେ ପ୍ରଧାନ ଶିକ୍ଷୟତ୍ରୀ ସଂଞ୍ଜବତୀ ପରିଡା ନିଜ ମନମୁଖୀ ଅନୁଯାୟୀ ବିଦ୍ୟାଳୟ ରେ କାର୍ଯ୍ୟକଳାପ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି | ଏମଡ଼ିଏମ ଖାଦ୍ୟ ନିଜେ ଦେବା ସହ ଘରେ ସବୁ ସାମଗ୍ରୀ ରଖି ଗୃପ ଙ୍କୁ ଦୁରେଇ ରଖୁଛନ୍ତି | ରଷେଆ ମାନଙ୍କ ସହଦୁର୍ବ୍ୟବହାର କରିବା, ଗ୍ରାମବାସୀ ଓ ଏସଏମସି କମିଟି ଙ୍କୁ ଦୁର୍ବ୍ୟବହାର କରିବା ସହ ଝଗଡା କରନ୍ତି ଓ ଅପମାନ କରନ୍ତି ବୋଲି ଗ୍ରାମବାସୀ କହିଛନ୍ତି | ନବମ ଶ୍ରେଣୀ ଛାତ୍ରୀ ଛାତ୍ର ଙ୍କ ଆଡ଼ମିସନ ସମୟରେ 200 ଟଙ୍କା ଲେଖାଏ ନେଇ ଥିବା ଓ ବିଲ ଦେଇନଥିବା ଅଭିଯୋଗ ହୋଇଛି | ଯୁକ୍ତ ଦୁଇ ଛାତ୍ରଛାତ୍ରୀ ନିଯୁକ୍ତି ପାଇଁ 1500 ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଗ୍ରୀଷ୍ମ ଅବକାଶେ ଛୁଟି ପରେ ବିଦ୍ୟଳୟ ପ୍ରଥମ ଦିନରେ ଖୋଲିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଅନୁପସ୍ଥିତ ରହିଛନ୍ତି ତାହା ପୁଣି ବିନା ଅନଲାଇନ ଛୁଟିରେ | ଯାହାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ଗ୍ରାମବାସୀ | ଡିଇଓ ଙ୍କ ନିର୍ଦେଶରେ ଖବର ପାଇ ଏବିଇଓ ବାଲକ ଦାସ ରନ୍ଧାରୀ ଘଟଣାସ୍ଥଳ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ | ରାନ୍ଧାରି ଗ୍ରାମବାସୀ ଙ୍କୁ କହିଥିଲେ ମୋତେ ଡିଇଓ ପଠେଇଛନ୍ତି ଆପଣଙ୍କ ଯାହା ବି ଅଭିଯୋଗ ରହିଛି ଲିଖିତ ଦେଲେ ଡିଇଓ ତାହା ତଦାରଖ କରି ଦାବି ପୂରଣ କରିବେ ବୋଲି ପ୍ରତିଶୃତି ଦେବା ପରେ ଗ୍ରାମବାସୀ ବିଦ୍ୟାଳୟ ତାଲା ଖୋଲିଥିଲେ | ପ୍ରଥମ ଦିବସ ଅତ୍ୟନ୍ତ ଜରୁରୀ ନଥିଲେ ଛୁଟି ଦିଆଯିବ ନାହିଁ ବୋଲି ଏବିଇଓ କହିଛନ୍ତି | ଡିଇଓ ଛୁଟିରେ ଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଛୁଟିରେ ଥିବା ସେ ଜାଣିନଥିବା କହିଛନ୍ତି | ଅଗାମି ଦିନ ରେ ପ୍ରତିଶୃତି ପୂରଣ ନହେଲେ ପୁର୍ନବାର ଗ୍ରାମବାସୀ ତାଲା ଠୁଁକିବେ ବୋଲି ସମିତି ସଭ୍ୟ ପ୍ରହଲ୍ଲାଦ ଚଲ୍ଲାନ ଏସଏମସି ସଭାପତି ଦୀନବନ୍ଧୁ ଗୌଡ଼ ଜୁଧେଷ୍ଟି ଭତରା, ଆମରସିଂହ ନାୟକ, ନିତ୍ୟା ଗୌଡ଼, ଡମ୍ବରୁ ମାଝୀ, ପ୍ରକାଶ ଗୌଡ଼, ଦୁର୍ଯ୍ୟୋନ ମାଝୀ, ନିଲମ ଚାଲ୍ଳାନ, କିଶୋର ଚାଲ୍ଳାନ, ସୋମନ ଭତରା, ଫୁଳଧର ହରିଜନ, କମଲୁ ଭତରା, ସନପଥ ବିନ୍ଧାଣି, ଖେମରାଜ ହରିଜନ ପ୍ରମୁଖ ଦାବି କରିଛନ୍ତି | ପ୍ରଧାନ ଶିକ୍ଷୟତ୍ରୀଙ୍କ ବିନା ଛୁଟିରେ ରହିଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ 

Related posts

ନନ୍ଦାହାଣ୍ଡି ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

masiha

ବଡାମତଳିଆ ଲ୍ଯାମ୍ପରେରେ ଧାନ ମଣ୍ଡି ଉଦଘାଟିତ

masiha

Leave a Comment

error: Content is protected !!