ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋର୍ଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତୀୟ ଯୋଗଦିବସ

ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବୋର୍ଡ଼ା ଠାରେ ପ୍ରଧାନ ଆଚାର୍ଯ୍ୟ ଇନ୍ଦୁଭୂଷଣ ସାହୁଙ୍କ ତତ୍ୱାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଯୋଗ, ପ୍ରାଣାୟାମ ଓ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଆମ ବ୍ୟକ୍ତିଗତ ଜୀବନ ସୁଖ, ଶାନ୍ତି, ସୁସ୍ଥ ସବଳ ଓ ନିରୋଗ ରହିବାରେ ଈଶ୍ୱର ଙ୍କ ବରଦାନ ହୋଇଥାଏ । ଯୋଗ,ଆସନ,ପ୍ରାଣାୟାମ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାର ରୋଗପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ଗୁଡିଏ ରୋଗ ରୁ ମୁକ୍ତି ମିଳିଥାଏ ବୋଲି ଗୁରୁଜୀ ମୋହନ ସାହୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ । ଯୋଗଗୁରୁ ଅବନୀ ସାହୁ ସମସ୍ତଙ୍କୁ ଯୋଗାଭ୍ୟାସ ସହ ଯୋଗର ଲାଭ ବିଷୟରେ କହିଥିଲେ । ଏଥିରେ ୧୫୦ ଜଣ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ମାନସ ପଧାନ, ନିଭୃତ ପଧାନ, ଗୀତାଞ୍ଜଳି ଥନାପତି, ଅନିତା ଲେଙ୍କା, ସମିତା ପଧାନ, ହେମନ୍ତ ବଗର୍ତ୍ତୀ,ଖୁସିରାମ ସାହୁ,ସୁଜାତା ଭୋଇ, ଅନିତା ଭୋଇ ଆଦି ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

Sunil Chandra Nayak

ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତିଙ୍କ କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସାଧାରଣ ସଭା ଓ ନୂତନ କମିଟି ଗଠନ

masiha

ଦେପୁରରେ ଜଙ୍ଗଲ ଅଧିକାର ନିୟମ ଲାଗୁପାଇଁ ସାଧାରଣ ସଭା

Sunil Chandra Nayak

Leave a Comment

error: Content is protected !!