ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ଓ ଶ୍ରମିକଙ୍କ ଦାବି ପୂରଣ କଲେ ବିଧାୟକ

ଗୋଳାମୁଣ୍ଡା/୧୯/୬/୨୦୨୩/ମସିହା/ଏହା କୁ କୁହାଯାଏ ପ୍ରକୁତର ବନ୍ଧୁ ,କିଛି ସମୟ ମଧ୍ୟରେ ଚାଷୀ ଏବଂ ଶ୍ରମିକଙ୍କ ଅନୁରୋଧ କୁ ପୂରଣ କରି ଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଆନନ୍ଦ ଅନୁଭବ ସୃଷ୍ଟି ହୋଇଛି ।ଏଭଳି ଆନନ୍ଦରେ ଉସ୍ଥାହ ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକ ଫୁଣ୍ଡା ପଞ୍ଚାୟତ ରେ,ପ୍ରାପ୍ତ ସୂଚନାରୁ ଏହି ଯେ ବରଗୁଡା ବଜାର ପ୍ରାଗଣରେ ଚାଷୀ ଓ ଶ୍ରମିକ ମାନଙ୍କପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ଅସୁବିଧାର ସଂମୁଖୀନ ଦେଖିବାକୁ ମିଳିଥିଲା । ଗତ କିଛି ଦିନ ତଳେ ଜୁନାଗଡ଼ ବିଧାୟକ  ଦିବ୍ୟଶଙ୍କର ମିଶ୍ର ଙ୍କ ଗ୍ରସ୍ତ ରେ ଫୁଣ୍ଡା ପଞ୍ଚାୟତର ଚାଷୀ ଓ ଶ୍ରମିକମାନେ ଦାବି କରିଥିଲେ ଯେ ,ଧାନମଣ୍ଡିରେ ବିଶୁଦ୍ଧ ପାନୀୟ ଜଳର ଅଭାବ ଦେଖାଦେଇଥିବାରୁ ତୁରନ୍ତ ମଣ୍ଡି ଠାରେ ଏକ ନୃତନ ନଳକୂପ ଖନନ ସହିତ ଗ୍ରୀଷ୍ମ ଋତୁରେ ଥଣ୍ଡା ପାଣି ପିଇବା ପାଇଁ water refrigerator ର ସୁ ବ୍ୟବସ୍ଥା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ, ହେଲେ କିଛି ଦିନ ମଧ୍ୟରେ ନୃତନ ନଳକୂପ ଖୋଲିବା ସହ ଥଣ୍ଡା ପାଣି ପାଇଁ(water refrigerator)ଯୋଗାଇ ଦେଇଥିବାରୁ ଅଞ୍ଚଳ ବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି, ଉକ୍ତ ଦାବି ସମୟରେ ଫୁଣ୍ଡା ସରପଞ୍ଚ ଧନୁର୍ଯ୍ୟ ସାହୁ,ରେଙ୍ଗସାପାଲି ସରପଞ୍ଚ ଙ୍କ ପ୍ରତିନିଧି ସନ୍ତୋଷ ବୁଦ୍ଧିଆ,ପବିତ୍ର ଦାସ, ସୁମନ୍ତ ଭୋଇ, ରାଧା ମୋହନ ନାଗ, ଜୟ ଦ୍ରୁଥ ଗଉଡ଼, ଶତ୍ରୁଘନ ଗଉଡ଼, ନାରାୟଣ ବୋଡ଼କିଆ, ଡିଙ୍ଗର ବୋଡ଼କିଆ ପ୍ରମୁଖରେ ବହୁ ସଂଖ୍ୟକ ଭାବେ ଚାଷୀ ଓ ଶ୍ରମିକଙ୍କ ସମେତ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ଓଡିଶା ଚଳଚ୍ଚିତ୍ର ସହକଳାକାର ସଂଘ ଓ ଇଣ୍ଡିଆନ ଓଏଲ ଦ୍ୱାରା ୱାକାଥନ ଅନୁଷ୍ଠିତ 

Sunil Chandra Nayak

ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯାନୁଷ୍ଠାନ…. ହଷ୍ଟେଲ ଛାଡ଼ିଲେ ୧୪୦ ଅନ୍ତେବାସୀ ଘଟଣା  ଜିଲ୍ଲାପାଳ ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନ୍ତେବାସୀଙ୍କ ସହ ଆଲୋଚନା

Sunil Chandra Nayak

୭୬ ତମ ସ୍ଥଳ ସେନା ଦିବସ ପାଳିତ 

masiha

Leave a Comment

error: Content is protected !!