ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସେବା ଯୋଜନା’ ସଂଯୁକ୍ତ ଶାଖା ତରଫରୁ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ

ରାଉରକେଲା/ସେକ୍ଟର-୪ ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ‘୯ମ ଆନ୍ତର୍ଜାତୀୟ ଯୋଗ ଦିବସ’ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୀନା ଶର୍ମା (ଆର୍ଟ ଅଫ ଲିଭିଙ୍ଗ୍, ରାଉରକେଲା) ଯୋଗ ଶିକ୍ଷିକା ଏବଂ ଅର୍ଥନୀତି ବିଭାଗର ପ୍ରାଧ୍ୟାପିକା ତପସ୍ଵିନୀ ମିଶ୍ର ସହଯୋଗୀ ଯୋଗ ଶିକ୍ଷିକା ଭାବେ ଯୋଗଦେଇ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ, ଛାତ୍ର-ଛାତ୍ରୀ ତଥା ଅଧ୍ୟାପକ ଅଧ୍ଯାପିକାମାନଙ୍କୁ ସାଧାରଣ ଯୋଗକ୍ରମାନୁସାରେ ଯୋଗ ଶିକ୍ଷା ଦେଇଥିଲେ ଏବଂ ସର୍ବ ଶେଷରେ ଯୋଗ ଶିକ୍ଷାର୍ଥୀମାନଙ୍କୁ ଯୋଗକୁ ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବାକୁ ଶପଥ ପାଠ କରାଇଥିଲେ। କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ଅଜୟ ଗୌଡ, ସୌମ୍ୟରଞ୍ଜନ ମହାନ୍ତି, ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଚନ୍ଦା ସିଂ, ସୁଶ୍ରୀରେଖା ବେହେରା, ତପସ୍ଵିନୀ କୁମ୍ଭାର, ଅରୁଣ କୁମାର ମହାନ୍ତି, ବିଶାଳ କୁମାର ରାମ, ପ୍ରଭାତି ସାହୁ, ଭାରତୀ ବେହେରା ପ୍ରମୁଖ ଶିକ୍ଷାର୍ଥୀ ରୂପେ ଯୋଗ ଶିକ୍ଷିକାଙ୍କ ଦ୍ବାରା ବହୁ ପ୍ରଶଂସିତ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା , ଖାଦ୍ୟ ଓ ଭିର୍ତ୍ତି ଭୂମି ସମ୍ପର୍କିତ ସମୀକ୍ଷା ବୈଠକ

masiha

ଦାବି ପୂରଣ ପାଇଁ ଅମଲାମାନଙ୍କ ଆଜିଠାରୁ କଳା ଵ୍ଯାଜ୍ ପରିଧାନ

ଟାଙ୍ଗରପାଲି ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!