ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟମିତ ସବରେଜିଷ୍ଟ୍ରାର ଓ ବିଭିନ୍ନ ସମସ୍ୟା ନେଇ ଓକିଲ ସଙ୍ଘ ପକ୍ଷରୁ ଜିଲ୍ଲାପାଙ୍କ ଠାରେ ଦାବୀ

ଜୁନାଗଡ଼,୨୩/୬(ମ ନି ସ) ଜୁନାଗଡ଼ ଓକିଲସଙ୍ଘ ପକ୍ଷରୁ ଜୁନାଗଡ଼ ଠାରେ ନିୟମିତ ସବରେଜିଷ୍ଟ୍ରାର ନିଯୁକ୍ତି ସହ କାର୍ଯ୍ୟାଳୟ ନିର୍ମାଣ ଏବଂ ଅଡିସନାଲ ତହସିଲଦାର ନିଯୁକ୍ତି ନେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦିଆ ଯାଇଛି।ଓକିଲ ସଂଘ ସଭାପତି ଅଶୋକ ପାତ୍ରଙ୍କ ନେତୃତ୍ୱରେ ଏହି ଦାବିପତ୍ର ଦିଆଯାଇଥିଲା।ଏଥିରେ ଜୁନାଗଡ଼ ଅଂଚଳର ୩୪ ଗୋଟି ପଂଚାୟତ ଜନସାଧାରନଙ୍କ ପାଇଁ କେବଳ ସପ୍ତାହକୁ ଗୋଟିଏ ଦିନ ଏଠାରେ ରେଜିଷ୍ଟ୍ରି କାର୍ଯ୍ୟ କରାଯାଉଛି ଏଣୁ ଏଠାରେ ନିୟମିତ ରେଜିଷ୍ଟ୍ରି କାର୍ଯ୍ୟ କରାଯିବା ସହ ତୁରନ୍ତ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟ ନିର୍ମାଣ କରାଯାଉ।ଏଥିସହ ଜୁନାଗଡ଼ ଏକ ବଡ ତହସିଲ ହୋଇଥିବାରୁ ତୁରନ୍ତ ଜଣେ ଅଡିସନାଲ ତହସିଲଦାର ନିଯୁକ୍ତି କରିବାକୁ ମଧ୍ୟ ଦାବୀ କରିଛନ୍ତି।ଏହି ଦାବିପତ୍ର ଦେଇ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେସା ରେଡ୍ଡୀଙ୍କ ସହ ଆଲୋଚନା କରାଯାଇଥିଲା।ଏହିସବୁ ଦାବୀ ତୁରନ୍ତ ପୂରଣ କରାଯିବ ବୋଲି ଜୋଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ସଂଘ ପକ୍ଷରୁ ପ୍ରକାଶ କରିଛନ୍ତି।ଜୁନାଗଡ଼ରେ କୋର୍ଟ ବିଲ୍ଡିଂଗ ମଧ୍ୟ ତୁରନ୍ତ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ସଂଘର ସମ୍ପାଦକ ହିମାଂଶୁ ବରାଡ଼, ଉପସଭାପତି ରମେଶ ନାଏକ, ଓ ଅନନ୍ତ ବେହେରା ଓ ଅନେକ ସଦସ୍ୟ ଉପସ୍ଥିତ ରହିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବନଭାରତୀ ଫାଉଣ୍ଡେସନ ତରଫରୁ ବାଇକ ଆମ୍ବୁଲାନ୍ସ ସେବା

Sunil Chandra Nayak

ଇଲେଭେନ ରୋୟାଲ ଗ୍ରୀନ ଟେନିସ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଚମ୍ପିୟାନ 

masiha

ରାଜ୍ୟସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲା ଥୁଆପଦର ଉଚ୍ଚ ବିଦ୍ୟାଳୟର ସଫଳତା

masiha

Leave a Comment

error: Content is protected !!