ନବରଙ୍ଗପୁର ୨୬/୬(ମସିହା) ଅଳ୍ପ ବର୍ଷା ରେ ସୃଷ୍ଟି ହେଉଛି କୁତ୍ରିମ ବନ୍ୟା! ବର୍ଷା ଆସିବା ଆଗରୁ ପଂଚାୟତ ପ୍ରଶାସନ ଖୋଲିଲେନି ଆଖି ଏବେ ଭୋଗିବେ ଟେମେରା ଗ୍ରାମବାସୀ | ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଟେମେରା ଗ୍ରାମ ପଂଚାୟତ ଟେମେରା ଗ୍ରାମ ଠାରେ l ନାଳ ନର୍ଦ୍ଦମା କୁ ସଫା କରିବା ବୋଧେ ପ୍ରଶାସନ ଭୁଲିଯାଇଛନ୍ତି, ଯେଉଁଥି ପାଇଁକି ଏବେ ଅଳ୍ପ ବର୍ଷା ହେଲେ ସାହି ସାହି ଭିତରେ
ପାଣି ଜମିରହିଥିବା ଦେଖିବାକୁ ମିଳୁଛି l ଆଦିବାସୀ ଅଧୁଷିତ ଅଞ୍ଚଳ ରେ କିଏ ବା ଦେଖୁଛି ଡ୍ରେନ ସଫା ହେଇଛି ନା ନାହିଁ ସ୍ୱଚ୍ଛ ଭାରତ ମିଶନ ଠିକ୍ ରେ କାମ କରୁଛି ନା ନାହିଁ l ସରକାରୀ ବାବୁଙ୍କ କାଗଜ କଲମ ରେ ତ ସବୁ ଠିକ୍ ଠାକ କିନ୍ତୁ ପ୍ରକୃତ ଦୃଶ୍ୟ ହେଉଛି ସମ୍ପୂର୍ଣ ଭିନ୍ନ | ନିରୀହ ଆଦିବାସୀ ଙ୍କ ନିରୀହତା ର ଫାଇଦା ଉଠାଉଛନ୍ତି ସରକାରୀ ବାବୁ l କିଏ ବା ବାବୁଙ୍କ ଆଗରେ ମୁହଁ ଖୋଲିବ, ତାହା ଏବେ ବିରାଟ ବଡ଼ ପ୍ରଶ୍ନ ? ଜଣେ ଜଣେ ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ ୩ ତିନୋଟି ପଂଚାୟତ ର କାର୍ଯ୍ୟଭାର ସମ୍ଭାଳୁ ଥିବା ଦେଖିବାକୁ ମିଳୁଛି। ଯେଉଁଥିପାଇଁ କି ତାଙ୍କୁ ଧରିବା ଭାରି କଷ୍ଟ ସାଧାରଣ ଜନତା ଙ୍କ ପାଇଁ କିନ୍ତୁ ନେତାଙ୍କ ପାଇଁ ସେ ଦିନ ରାତି ହାଜିର l ଟେମେରା ଗ୍ରାମ ରେ ପାଣି ନିଷ୍କାସନ ର ଅସୁବିଧା ବାରମ୍ବାର ରହୁଥିବା ସତ୍ତ୍ବେ ଆଜିପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ କରାଯାଇନାହିଁ l ବର୍ଷାଦିନେ ଗ୍ରାମବାସୀ ଙ୍କ ଦୁଃଖ ବୁଝିବ ବା କିଏ ? ଆଣ୍ଠୁଏ ଆଣ୍ଠୁଏ ପାଣି ଦେଇ କୁନି କୁନି ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯିବା ପାଇଁ ବାଧ୍ୟ ହେଉଛନ୍ତି| ପାଣି ନିଷ୍କାସନ ଅସୁବିଧା ରୁ ମଇଳା ପାଣି ବିଭିନ୍ନ ସ୍ଥାନ ରେ ଜମି ରହିବା ଫଳ ରେ ପୋକ, ମାଛି, ମଶା ଦ୍ୱାରା ଗ୍ରାମବାସୀ ଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ lପିଲାମାନଙ୍କୁ ମ୍ୟାଲେରିଆ, କାଛୁ, କୁଣ୍ଡିଆ ହେବା ସମ୍ଭାବନା ହେଲେ ମଧ୍ୟ ପ୍ରଶାସନ କୁ କିଛି ଖାତିର ନଥିବା ଦେଖିବାକୁ ମିଳୁଛି। ତୁରନ୍ତ ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ପଞ୍ଚାୟତ ବାସୀ ଦୃଢ଼ ଦାବି କରିଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ


