ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ବିକାଶ ମଞ୍ଚର ଉଦବେଗ

ରାଉରକେଲା /ସେକ୍ଟର ପାଞ୍ଚ ଗୁଣ୍ଡିଚା ମନ୍ଦିର ପାଖରେ ରାଉରକେଲା ବିକାଶ ମଞ୍ଚର ଏକ ବୈଠକ ର ଆୟୋଜନ କରାଯାଇଥିଲା l ହକି ବିଶ୍ବ କପ ପୂର୍ବରୁ ବିମାନବନ୍ଦର ଛକରେ ତିଆରି ହୋଇଥିବା ହକି କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କର ପ୍ରତିମୂର୍ତ୍ତି ଭାଙ୍ଗି ପଡିବା, ହକି ଷ୍ଟାଡିଅମରେ ପାଣି ପଡିବା, ବିଭିନ୍ନ ରାସ୍ତା ଦବିଯିବା ଆଦି ବିଷୟରେ ମଞ୍ଚ ତରଫରୁ ଗଭୀର ଉଦବେଗ ପ୍ରକାଶ ପାଇଥିଲା l କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ନିମ୍ନ ମାନର କାମ ହୋଇଥିବାରୁ ବିଶ୍ୱକପ୍ ସୁନାମରେ ଆଞ୍ଚ ଆସିଛି ବୋଲି ମତ ପ୍ରକାଶ ପାଇଥିଲା l ଏତଦବ୍ୟତୀତ ବିମାନ ବନ୍ଦର ଆରମ୍ଭଠାରୁ ଆଇଏଲଏସ ସିଷ୍ଟମ ନ ଥିବାଯୋଗୁଁ ପାଞ୍ଚଥର ରାଉରକେଲାରୁ ବିମାନ ଉଡାଣ ରଦ୍ଦ ହୋଇଥିବାରୁ ଉଦବେଗ ପ୍ରକାଶ ପାଇଥିଲା l ରାଉରକେଲା ତଥା ସମଗ୍ର ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଖଣିଖାଦାନରେ ଭରପୁର ଥିଲାବେଳେ, ଏନଆଇଟି ଓ ବିଭିନ୍ନ ଜାତୀୟ, ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ମାନ ଅଛି l ରାଉରକେଲା ସହରରେ ଭାରତବର୍ଷର ବିଭିନ୍ନ ପ୍ରାନ୍ତରର ବାସିନ୍ଦା ମାନେ ଏଠାରେ ବସବାସ କରନ୍ତି, ସେମାନଙ୍କ ପାଇଁ ଯୋଗାଯୋଗର ପର୍ଯାପ୍ତ ସୁବିଧା ନ ଥିବାରୁ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି l ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ରାଉରକେଲା ବିମାନ ବନ୍ଦରକୁ ଦିବାରାତ୍ର ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ କରାଇବା, ଏଠାରେ ଏକ ନୂତନ ରେଳବାଇ ଡିଭିଜନ ପ୍ରତିଷ୍ଠା କରିବା,ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା, ଉନ୍ନତ ସ୍ୱାସ୍ଥ୍ୟସେବା ଆରଜିଏଚ ଓ ଆଇଜିଏଚରେ ଉପଲବ୍ଧ କରାଇବା, ବିମଳାଗଡ଼ -ତାଳଚେର ରେଳଲାଇନକୁ ସମ୍ପୂର୍ଣ୍ଣ କରାଇବା,ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ କରାଇବା ଆଦିକୁ ସମ୍ପୃକ୍ତ କର୍ତୃପକ୍ଷ ଅଣଦେଖା କରୁଛନ୍ତି l ବିମାନବନ୍ଦରରେ ଆଇଏଲଏସ ସିଷ୍ଟମ ନଥିବାରୁ ଆଗକୁ ଆସୁଥିବା ବର୍ଷାଋତୁରେ ବିମାନ ଚଳାଚଳ ବନ୍ଦ ହୋଇଯିବାର ଆଶଙ୍କା ସୃଷ୍ଟି ହେଉଛି l ଜିଲ୍ଲା ଖଣିଜ ଫଣ୍ଡରୁ ଦଶକୋଟି ଟଙ୍କା ମଞ୍ଜୁର କଲେ ରାଉରକେଲାକୁ ସବୁଦିନିଆ ବିମାନବନ୍ଦରରେ ପରିଣତ କରି ଯୋଗାଯୋଗକୁ ସୁଗମ କରିହୁଅନ୍ତା l ଉନ୍ନତ ସ୍ୱାସ୍ଥ୍ୟସେବା ମିଳୁନଥିବାରୁ ଜିଲ୍ଲାବାସୀ ହଇରାଣ ହରକତ ହୋଇ ପାଞ୍ଚଶହ କିଲୋମିଟର ଦୂର କଟକ ଭୁବନେଶ୍ୱର ଯିବାକୁ ପଡୁଛି l ଚକ୍ରଧରପୁର ରେଳବାଇ ଡିଭିଜନର ସିଂହଭାଗ ଓଡିଶାରୁ ଯାଉଥିବାରୁ ରାଉରକେଲା ଠାରେ ଏକ ନୂତନ ଡିଭିଜନ ପ୍ରତିଷ୍ଠା କରିବା ଶହ ବନ୍ଦ ହୋଇଯାଇଥିବା ଟ୍ରେନର ପୁନଃ ପ୍ରଚଳନ ଅତିଶୀଘ୍ର କରିବା ଦରକାର ବୋଲି ମତପ୍ରକାଶ ପାଇଥିଲା l ଏ ବିଷୟରେ ରାଉରକେଲାର ବିଭିନ୍ନ ଅନୁଷ୍ଠାନ ମଧ୍ୟ ବିକାଶ ମଞ୍ଚର ଦାବି ସହ ଏକମତ ହୋଇସ୍ୱର ଉତ୍ତୋଳନ କରୁଛନ୍ତି l ମଞ୍ଚର ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେଏହି ସଭାରେ ବରିଷ୍ଠ ଉପଦେଷ୍ଟା ହରିହର ରାଉତରାୟ, ଆନଂଦଚନ୍ଦ୍ର ମହାନ୍ତି, ଅମୂଲ୍ୟ ବରାଳ, ଇଂ ଉତ୍ତମ କୁମାର ସାମଲ, ଦେବାଶିଷ ପାଣିଗ୍ରାହୀ, କୁଞ୍ଜବିହାରି ରାଉତ,ଇଂ ସୁପ୍ରତିକ ମିଶ୍ର, ନିରଞ୍ଜନ ଦାସ, ହରିହର ବେହେରା ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୂତର ଆହତ

Sunil Chandra Nayak

ବ୍ରହ୍ମନାଦ କଳା ପରିଷଦର ଭଜନ ସନ୍ଧ୍ୟା 

masiha

ତ୍ରିନାଥ ସିଂହଙ୍କୁ ଶବ୍ଦଶିଳ୍ପୀ ରୋହିତ ପଟେଲ ସମ୍ମାନ

masiha

Leave a Comment

error: Content is protected !!