ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଦେଶି ବନ୍ଧୁକ ଓ ଜୀବଜନ୍ତୁ ଶିକାର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବନବିଭାଗ

କୋକସରା,୨୭/୬ // ଛତିଶଗଡ ଏସଟିଏଫ ଟିମ ଓ ବନବିଭାଗର ମିଳିତ ଅପରେସନ ଶନିବାର ଓ ରବିବାର ଦୁଇଦିନ ଧରି କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ବେହେରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଖଲିଗଡ଼ ସିନ୍ଧିଭଟାପଡା ଓ ନୂଆପଡା, ଯାନୀପଡାରେ ଚଢାଉ କରାଯାଇ ୬ ଟି ଦେଶି ବନ୍ଧୁକ ସହ ଶିକାର ହେଉଥିବା ବିଭିନ୍ନ ବନ୍ୟଜନ୍ତୁ ହାଡ଼, କଙ୍କାଳ ଓ ଶିକାର କରିବାରେ ବ୍ୟବହୃତ ହେଉଥିବା ତାର, ଫାସ, ଧନୁଶର ଜବତ ହୋଇଥିବା ବେଳେ ସିନ୍ଧିଭଟାପଡା ଗ୍ରାମରେ ଚଢ଼ାଉ ସମୟରେ ଦୈତାରି ଚଳାନ (୪୨) ଓ ନୂଆପଡା ଗ୍ରାମର ଧନେଶ୍ୱର ପ୍ରଧାନୀ (୨୭ ) ଦୁଇ ଯୁବକକୁ ଗିରଫ କରିଥିଲା ବନବିଭାଗ। ତେବେ ରବିବାର ଜଙ୍ଗଲ ସୁରକ୍ଷା ସମିତିର ସଭାପତି ତ୍ରିନାଥ ପୁଝାରିଙ୍କୁ ଘରୁ ଉଠାଇ ନେଇଥିବା ବେଳେ ପରେ ଛାଡି ଦେଇଥିଲେ। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଡିଏଫଓ ଦୟାନନ୍ଦ ଗଜାନନ ଲାଡେଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ବେଆଇନ ଦେଶି ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ନେଇ ସ୍ପଷ୍ଟ ପ୍ରମାଣିତ ହେବାପରେ ସୋମବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଧର୍ମଗଡ ବନବିଭାଗ। ଏନେଇ ଧର୍ମଗଡ ରେଞ୍ଜର ଭବାନୀ ଶଙ୍କର କାଉରଙ୍କ ପ୍ରତିକ୍ରିୟା ନେବାରୁ ବେଆଇନ ବନ୍ଧୁକ ରଖି ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ରେ କୋର୍ଟ ଚାଲାଣ କରାଯାଇଛି ବୋଳି ସୁଚନା ଦେଇଛନ୍ତି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ରାଉରକେଲା ପ୍ଲାଣ୍ଟସାଇଟ୍ ପୋଲିସ୍ ଦ୍ବାରା ଦୁଇ ଅଭିଯୁକ୍ତଙ୍କୁ ଗିରଫ ସହ ଚୋରି ପଦାର୍ଥ ଉଦ୍ଧାର

Sunil Chandra Nayak

ଅଜଣା ବ୍ୟକ୍ତିର ଗଳିତ ଶବ ଜଙ୍ଗଲରୁ ଉଦ୍ଧାର : ଶବ ଜବତ କଲା ମ.ରାମପୁର ପୁଲିସ

କାମାକ୍ଷାନଗର ରୁ ଏକ ଲକ୍ଷ୍ ଟଙ୍କାର ବ୍ରାଉନ ସୁଗାର ଜବତ , ଅଭିଯୁକ୍ତ କୁ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!